କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରି ଦିନ ଶିବଲିଙ୍ଗରେ ନିଶ୍ଚୟ ଅର୍ପଣ କରନ୍ତୁ ଏହିସବୁ ଜିନିଷ: ପୂରଣ ହେବ ସବୁ ମନୋସ୍କାମନା

ଭୁବନେଶ୍ୱର ୨୭/୦୨ : ଆସୁଛି ମହାଶିବରାତ୍ରି ଯେଉଁ ରାତିରେ ଭକ୍ତଙ୍କ ପାଇଁ ଶିବମୟ ହୋଇଥାଏ ପୁରା ମାହୋଲ। ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ ଶିବରାତ୍ରି ଦିନ ମହାଦେବଙ୍କୁ ଆରାଧନା କଲେ ଇଚ୍ଛାନୁସାରେ କାମ ହୋଇଥାଏ। ଭକ୍ତ ନାନା ପ୍ରକାରେ ନହଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି। ଶିବରାତ୍ରି ଦିନ ଶିବଲିଙ୍ଗରେ ଜଳାଭିଷେକ କରିବାର ବିଶେଷ ମହତ୍ତ୍ୱ ରହିଛି।

କୁହାଯାଏ ଯେ ଭଗବାନ ଶିବ କେବଳ ଜଳ ଅର୍ପଣ କଲେ ବି ସନ୍ତୁଷ୍ଟ ହୋଇଯାନ୍ତି। କିନ୍ତୁ ଯଦି ଆପଣ କିଛି ବିଶେଷ ମନୋସ୍କାମନା ପାଇଁ ଶିବରାତ୍ରି ବ୍ରତ କରୁଛନ୍ତି ତାହେଲେ ଏମିତି କିଛି ଜିନିଷ ଯାହା ଶିବଙ୍କୁ ଅର୍ପଣ କରି ଆପଣ ଶିବଙ୍କ ବିଶେଷ କୃପା ପ୍ରାପ୍ତ କରିପାରିବେ।

ଜଳ – ଯଦି ଆପଣଙ୍କ ପାଖରେ କିଛି ନାହିଁ ତାହେଲେ ନିର୍ମଳ ଜଳରେ ଭଗବାନ ଶିବଙ୍କ ଜଳାଭିଷେକ କରିପାରିବେ। ପରିବାରର କୌଣସି ସଦସ୍ୟଙ୍କୁ ଜ୍ୱର ହେଉଥିଲେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ ବୋଲି କୁହାଯାଏ।

ଗଙ୍ଗାଜଳ – ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କଲେ ଭୌତିକ ସୁଖ ପ୍ରାପ୍ତ ହେବାସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।


ବେଲପତ୍ର – ପୌରାଣିକ ବିଶ୍ୱାସ ଅନୁଯାୟୀ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କଲେ ଶିବଙ୍କ ମସ୍ତକ ଶୀତଳ ରହେ। ବେଲପତ୍ରରେ ଶିବଙ୍କୁ ପୂଜା କଲେ ଦରିଦ୍ରତା ଦୂର ହୋଇଥାଏ ଓ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାନ୍ତି।

ଆଖୁ ରସ – ଶିବଲିଙ୍ଗରେ ଆଖୁ ରସ ଅର୍ପଣ କଲେ ବା ଆଖୁ ରସରେ ଅଭିଷେକ କଲେ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଶୁଦ୍ଧ ଗୁଆ ଘିଅ – ଶାରୀରିକ ଦୁଃଖ ଓ ଦୁର୍ବଳତାରୁ ମୁକ୍ତି ପାଇବାକୁ ଶିବଲିଙ୍ଗରେ ଶୁଦ୍ଧ ଗୁଆ ଘିଅ ଅର୍ପଣ କରିବା ଉଚିତ ବୋଲି କୁହାଯାଏ।

ଫୁଲ – ବିଶ୍ୱାସ ରହିଛି ଯେ ଦୁଃଖକଷ୍ଟରୁ ମୁକ୍ତି ପାଇବାକୁ ଶିବଲିଙ୍ଗରେ ଶାମି ପତ୍ର, ସୁଖମୟ ବୈବାହିକ ଜୀବନ ପାଇଁ ମଲି ଫୁଲ, ଧନଧାନ୍ୟ ପାଇଁ ଜୁହି ଫୁଲ ଓ ସୁଖ ସମୃଦ୍ଧି ପାଇଁ ପାରିଜାତ ଫୁଲ ବା ଗଙ୍ଗଶିଉଳି ଫୁଲ ଅର୍ପଣ କରିବା ଉଚିତ।

ଦୁଦୁରା ଫୁଲ ଓ ଗହମ – ବିଶ୍ୱାସ ରହିଛି ଯେ ଶିବଲିଙ୍ଗରେ ଦୁଦୁରା ଫୁଲ ଓ ଗହମ ଅର୍ପଣ କଲେ ଯୋଗ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ।

କ୍ଷୀର – କ୍ଷୀରରେ ଚିନି ମିଶାଇ ଶିବଲିଙ୍ଗରେ ଅର୍ପଣ କଲେ ମସ୍ତିସ୍କ ତେଜ ହୋଇଥାଏ ଓ ମନ ମୁତାବକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ