ରାଜ୍ୟ

ମହାରାଷ୍ଟ୍ରର ଏକ ହୋଟେଲ୍‌ର ଆଳୁ ବାକ୍ସରୁ ବାହାରିଲା ୮ ଫୁଟ୍‌ ଲମ୍ବର ଅଜଗର

ମୁମ୍ବାଇ: ଏକ ଆଳୁ ବାକ୍ସ ଭିତରୁ ୮ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହେବା ପରେ ମହାରାଷ୍ଟ୍ରର ଚନ୍ଦ୍ରପୁରରଠାରେ ଭୟର ଆତଙ୍କ ଖେଳିଯାଇଛି। ଚନ୍ଦ୍ରପୁର ନିକଟ ଲୋହରାର ଏକ ହୋଟେଲରେ ରଖାଯାଇଥିବା ଆଳୁ ବାକ୍ସ ଭିତରେ ଏହି ବିରାଟ ସାପଟିକୁ ଦେଖି ଲୋକ ଭୟଭୀତ ହୋଇ ଯାଇଥିଲେ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସାପଟି ଆଳୁ ଉପରେ ଗୁଡ଼େଇ ହୋଇ ଶୋଇରହିଛି।

ହୋଟେଲ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ଆଳୁ ଆଣିବାକୁ ଯାଇଥିବା ବେଳେ ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ। ସେ ଆଳୁ କାଢ଼ିବାକୁ ବାକ୍ସ ଖୋଲିବାରୁ ଏକ ବିରାଟକାୟ ସାପ ଜାକିଜୁକି ହୋଇ ସେଠାରେ ଶୋଇଥିବାର ଦେଖିବାକୁ ପାଇଥିଲେ। ସାପଟିକୁ ଦେଖିବା ପରେ ଅନେକ କର୍ମଚାରୀ ଭୟରେ ହୋଟେଲ୍‌ ଛାଡ଼ି ‌ଦୌଡ଼ି ପଳାଇଥିବା ବେଳେ ବାକ୍ସରେ ସାପ ଥିବା ଖବର ତତ୍‌କ୍ଷଣାତ୍‌ ହୋଟେଲ ଏବଂ ପୂରା ଅଞ୍ଚଳରେ ବ୍ୟାପିଗଲା। ହୋଟେଲ ମାଲିକ ଏ ସଂପର୍କରେ ତୁରନ୍ତ ସ୍ଥାନୀୟ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ। ଯିଏ ଆସିବା ପରେ ସାପକୁ ଆଳୁ ବାକ୍ସରୁ କାଢ଼ି ଏକ ଅଖା ଭିତରକୁ ନେଇ ଯାଇଥିଲେ।

ଶନିବାର ଦିନ ଲକ୍ଷ୍ନୌର ଏକ ପାୱାର ହାଉସରେ ଏକ ବିଶାଳ ଅଜଗର ଅଟକି ରହିଥିବାର ଦେଖିବାକୁ ମିଳିଥିବା ବେଳେ ଏହାର ମାତ୍ର ୨ ଦିନ ପରେ ଏହି ଘଟଣା ଘଟିଛି। ଅଜଗର ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ପଡିଥିଲା। ବିଦ୍ୟୁତ୍ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ସାପକୁ ସେଠାରୁ ହଟାଇବା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।