ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରାଷ୍ଟ୍ରରେ ଆଦିପୁରୁଷକୁ ନେଇ ଉତ୍ତେଜନା

ପାଲଘର : ଆଦିପୁରୁଷକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହାରାଷ୍ଟ୍ରର ପାଲଘରରେ ଏକ ମଲ୍‌ଟିପ୍ଲେକ୍ସରେ ସିନେମା ପ୍ରଦର୍ଶନ ଚାଲିଥିବା ବେଳେ କେତେକ ହିନ୍ଦୁ ସଂଗଠନର ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ମଲ୍‌ଟିପ୍ଲେକ୍ସ କର୍ମଚାରୀଙ୍କୁ ସିନେମା ପ୍ରଦର୍ଶନ ବନ୍ଦ କରିବାକୁ ଏବଂ ଲୋକଙ୍କୁ ହଲ୍‌ରୁ ବାହାରିଯିବାକୁ କହିଥିଲେ।

ରବିବାର ନାଲସପଡ଼ାଠାରେ ଏହି ଘଟଣା ଘଟିଥିଲା। ଏକ ଭିଡ଼ିଓରେ ଜଣେ ଲୋକ କହିବାର ଶୁଣାଯାଉଛି- ଆପଣ ଏଇଆ ଆପଣଙ୍କ ପିଲାଙ୍କୁ ଶିଖାଇବେ? ଆମେ ଲଜ୍ଜିତ। ଆମ ଦେବଦେବୀଙ୍କ ଅପମାନକୁ ଆମେ ସହିପାରିବୁ ନାହିଁ। କର୍ମଚାରୀମାନେ ହଲ୍ ବାହାରକୁ ଆସି କଥା ହେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଲୋକଜଣକ ତାହା ଶୁଣି ନ ଥିଲେ। ସେ କହିଥିଲେ- ଆମେ ଭୀରୁ, କାପୁରୁଷ ଓ ନପୁଂସକ ନୁହଁ। ସମ୍ମାନ ରକ୍ଷା ପାଇଁ ଦରକାର ପଡ଼ିଲେ ଆମେ ଆତ୍ମବଳି ଦେବା ପାଇଁ ବି ପ୍ରସ୍ତୁତ। ହଲ୍‌ରୁ ବାହାରକୁ ଯିବା ବେଳେ ‘କିଛି ଲଜ୍ଜା ଥିଲେ ବାହାରିଯାଅ’ ବୋଲି ସେ ଲୋକଙ୍କୁ ଆହ୍ବାନ ଦେଇଥିଲେ। କିଛି ଲୋକ ମଧ୍ୟ ବାହାରି ଯାଇଥିଲେ। ସୂଚନାଯୋଗ୍ୟ, ଦୁର୍ବଳ ଭିଜୁଆଲ ପ୍ରଦର୍ଶନ, ଗାଉଁଲି ସଂଳାପ ଏବଂ ଅଭିନେତାମାନଙ୍କର ନିମ୍ନମାନର ଅଭିନୟକୁ ନେଇ ଆଦିପୁରୁଷ ସମାଲୋଚନାର ଶରବ୍ୟ ହୋଇଆସୁଛି। କେବଳ ଭାରତ ନୁହେଁ, ନେପାଳରେ ମଧ୍ୟ ଏହି ଫିଲ୍ମ ବିରୋଧରେ ସ୍ବର ଉଠିଛି। ସୋମବାରଠାରୁ କାଠମାଣ୍ଡୁରେ ଏହାର ପ୍ରଦର୍ଶନକୁ ନିଷିଦ୍ଧ କରାଯାଇଛି। ରବିବାର ନିର୍ମାତାଙ୍କ ପକ୍ଷରୁ କେତେକ ସଂଳାପରେ ପରିର୍ତ୍ତନ କରାଯିବ ବୋଲି କୁହାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ