ମନୋରଞ୍ଜନ

ମହାମାରୀ ପାଇଁ ବଦଳିଗଲା ବୃତ୍ତି, ଟ୍ୟାକ୍ସି ଚଲାଉଛନ୍ତି ଜଲିଉଡର କଣ୍ଠଶିଳ୍ପୀ

ଖଲ୍ଲିକୋଟ ୨୪/୭: ମହାମାରୀ କରୋନା ବଦଳାଇଦେଇଛି ଜୀବନ ଜୀବିକା । କାହାର ଜୀବନଚର୍ଯ୍ୟା ବଦଳିଛି ତ ଆଉ କାହାର ବୃତ୍ତି । କିଏ ନିଜ ଲୁକାୟିତ ପ୍ରତିଭାକୁ ଚାପିଦେଇଛି ତ ଆଉ କିଏ ନିଜେ ବଚିଂବା ସହ ନିଜ ପରିବାର ପ୍ରତିପୋଷଣ ପାଇଁ ରାହା ଖୋଜୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଅଚଂଳରେ । ଦିନେ ସଙ୍ଗିତ ନିଶାରେ ପେଶା ଭାବି ଆଦରି ଦେଇଥିବା ଷ୍ଟାଇଲିଷ୍ଟ ସିଙ୍ଗର ରାଜ ଏବେ ପାଲଟି ଯାଇଛନ୍ତି ଟ୍ୟାକ୍ସି ଚାଳକ ।

ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଚାଂୟତ ଅଧିନ ସାମନ୍ତରାପୁର ଜନ୍ମିତ ଶ୍ୱେତ କୁମାର ରଥ ଓରଫ ରାଜ । ଦୀର୍ଘ ୨୦ ବର୍ଷ ହେଲା ଜଲିଉଡ ଯାତ୍ରା ଜଗତରେ କଣ୍ଠଦାନ କରି ସମସ୍ତଙ୍କ ମନରେ ରାଜ କରୁଥିବା ରାଜ କୁମାର ଏବେ ଦୀର୍ଘ ଦୁଇ ବର୍ଷ ହେଲା ଗାୟକରୁ ଟ୍ୟାକ୍ସି ଚାଳକ ପାଲଟି ଯାଇଛନ୍ତି । ଦିନ ସେ ସମସ୍ତଙ୍କ ହୃଦୟର ମନକୁ ଜିଣୁଥିବା ରାଜ ଆଜି ଏହି କରୋନା ତାଙ୍କୁ ବାଧ୍ୟ କରିଦେଇଛି ଟ୍ୟାକ୍ସି ଟ୍ରାଇଭର ଭାବେ । ଏବେ କରୋନା ମହାମାରୀ ପାଇଁ ମଂଚ ବନ୍ଦ ରହିଛି ।

କରୋନାର ପ୍ରଥମ ଲହର ଆସିବା ପରେ ଯାତ୍ରା ସବୁ ବନ୍ଦ ରହିଥିଲା । କିନ୍ତୁ ଆଜିକୁ ଦୁଇ ବର୍ଷ ବିତିବାକୁ ଗଲାଣି ଯାତ୍ରା ମଂଚ ବନ୍ଦ ରହିଛି । ଯାହାଫଳରେ ନିଜପେଶାକୁ ଛାଡି ବାଧ୍ୟ ହୋଇ ଘରକୁ ଫେରିଲେ । ଚିନ୍ତା ଥିଲା କିପରି ଚିଳିବ ପରିବାର । ପରିବାର କହିଲେ ସ୍ତ୍ରୀ ସୁନିତା ରଥ, ଝିଅ ଶ୍ୱାସତି ରଥ ଓ ପୁଅ ସୁମିତ କୁମାର ରଥ । ଏବେ ସେ କାଳିଆବାଲି ଛକ ଠାରେ ଏକ ଭଡା ଘରେ ରହି ସେଠାରେ ଗୋଟିଏ ଟ୍ୟାକ୍ସି କୁ ଚାଳକ ଭାବେ ଚଲାଇ ସେଥିରୁ ଯାହାମିଳେ ପରିବାର ଚଲାଉଛନ୍ତି ।

କିନ୍ତୁ ତାହା ତାଙ୍କ ମନରେ କଷ୍ଟ ଲାଗିଲେ ବି ପରିବାର ପାଇଁ ଏହି ସବୁ କରିବାକୁ ବାଧ୍ୟ ବୋଲି ରାଜ କହିଛନ୍ତି । ଲୋକଙ୍କ କରତାଳି, ସେହ୍ନ ଶ୍ରଦ୍ଦା ତାଙ୍କ ପାଇଁ ପୁରସ୍କାର । ସରକାର ଯଦି ମଚଂ ଖୋଲିବା ପାଇଁ ଗାଇଡ ଲାଇନ ଜାରି କରି ଅନୁମତି ଦେଲେ ସେ ଖୁସି ହେବେ । ଯାହାଫଳରେ ପୁୁଣି ସେ ସେହି ଯାତ୍ରା ଦୁନିଆକୁ ଫେରିବେ । ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାମନ୍ତରାପୁର ଗ୍ରାମର ଅନାମ ଚନ୍ଦ୍ର ରଥକୁ ପୁଅ ରାଜ ୨୦୦୬ ମସିହାରେ ରାଜ ଯାତ୍ରା ଜଗତରେ ପାଦ ଥାପିଥିଲେ ।

ପ୍ରଥମେ ସେ ତ୍ରିନାଥ ଗଣନାଟ୍ୟ ପରେ ପାର୍ବତୀ ଏବଂ ସେ ଦିର୍ଘ ୧୪ ବର୍ଷରୁ ଉର୍ଦ୍ଦ ହେବ କୋଣାର୍କ ଗଣନାଟ୍ୟର ଆଗ ଧାଡିର ଜଣେ ଷ୍ଟାଇଲିଷ୍ଟ ସିଙ୍ଗର ଭାବେ ପରିଗଣିତ । ଛତ୍ରପୁର କଳାବିକାଶ କେନ୍ଦ୍ରରୁ ସଙ୍ଗୀତ ଶିକ୍ଷାଲାଭ କରିବା ସମୟରେ ଗଞ୍ଜାମ କଲେଜରେ ଯୁକ୍ତ ୨ ଅଧୟନ ସମୟରେ ସେ ବିଭିନ୍ନ ମେଲୋଡିରେ ନିଜ ସଙ୍ଗିତର ଯାଦୁ ଦେଖାଇ ଲୋକଙ୍କ ମନ ଜିତୁଥିଲେ । ପରେ ସେ ଜଲିଉଡରେ ପାଦ ଥାପିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ