ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାମାରୀ ପରେ ଅଫିସ ଆସିବାକୁ ମହିଳା କର୍ମଚାରୀ ଅମଙ୍ଗ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ୱାର୍କ ଫ୍ରମ୍ ହୋମ୍ (ଡବ୍ଲୁଏଫ୍‌ଏଚ୍‌) ବନ୍ଦ ହେବାପରେ କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ବଢ଼ିଯାଇଛି। ବିଶେଷକରି ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଅଧିକ ରହିଛି। ଜୁନ ୭ ତାରିଖରେ ଟିସିଏସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ପୂର୍ବରୁ ପୁରୁଷମାନେ ଅଧିକ ସଂଖ୍ୟାରେ ଚାକିରି ଛାଡ଼ୁଥିଲେ। କିନ୍ତୁ ଗତ ଆର୍ଥିକ ବର୍ଷରେ ପୁରୁଷଙ୍କୁ ଏ କ୍ଷେତ୍ରରେ ମହିଳାମାନେ ଟପିଯାଇଛନ୍ତି। କେବଳ ଟିସିଏସ ନୁହେଁ, ବେଙ୍ଗାଲୁରୁର ଏକ ଆଇଟି ପବ୍ଲିଶିଂ ଫାର୍ମ କହିଛି, ୨୦୨୩ରେ ଚାକିରି ଛାଡ଼ିଥିବା କର୍ମଚାରୀଙ୍କ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ମହିଳା କର୍ମଚାରୀ। ଘରୁ କାମ କରିବା ସୁବିଧା ବନ୍ଦ ହେବା ଏହାର ଏକ ବଡ଼ କାରଣ ବୋଲି କୁହାଯାଉଛି। ନୂଆକରି ବାହା ହୋଇଥିବା କିମ୍ବା ମାତୃତ୍ବ ଲାଭ କରିଥିବା ମହିଳା କର୍ମଚାରୀମାନେ ଏଥିପାଇଁ ଘରେ ଦାୟିତ୍ବ ବଢ଼ିଥିବାକୁ ଦର୍ଶାଉଛନ୍ତି ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଇନଫୋସିସର ବାର୍ଷିକ ରିପୋର୍ଟରୁ ବିଶ୍ଳେଷଣ କରି ଦେଖିଲେ ଜଣାଯାଇଛି ଯେ ୨୦୧୯-୨୦ରୁ ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ୨୦୨୧-୨୨ରେ ଏହା ଏମାନଙ୍କ ସଂଖ୍ୟା ମୋଟ କର୍ମଚାରୀରେ ୩୯.୬ ପ୍ରତିଶତ ଛୁଇଁଥିବାବେଳେ ୨୦୨୨-୨୩ରେ ଏହା ୩୯.୪ ପ୍ରତିଶତକୁ ହ୍ରାସ ପାଇଛି।
ନଏଡ଼ାସ୍ଥିତ ରୋବଟିକ୍ସ କମ୍ପାନି ଆଡଭର୍ବର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସରୀଶ ଶୁକ୍ଳା କୁହନ୍ତି, ମହାମାରୀ ପରେ କାର୍ଯ୍ୟାଳୟ ଖୋଲିବା ଏବଂ ଘରୁ କାମ କରିବା ସୁବିଧା ଅପସରି ଯିବା ଫଳରେ ଚାକିରି ଛାଡ଼ିବା ହାର ବଢ଼ିଛି। ଘର ଓ ଅଫିସ କାମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମହିଳା କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଟିମଲିଜ୍‌ର ସହ ପ୍ରତିଷ୍ଠାତା ତଥା ବିଶେଷଜ୍ଞ ଋତୁପର୍ଣ୍ଣା ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀ, ପ୍ରଯୁକ୍ତି ହେଉ କିମ୍ବା ଅଣ ପ୍ରଯୁକ୍ତି କମ୍ପାନିରେ ମହିଳା କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ପ୍ରାୟ ୧୬%।

୩୦ରୁ ୪୦ ବର୍ଷର ମହିଳା କର୍ମଚାରୀ ଅଧିକ ଚାକିରି ଛାଡ଼ୁଛନ୍ତି
୨୦୨୨-୨୩ରେ ଟିସିଏସ୍‌ରେ ପୁରୁଷଙ୍କ ତୁଳନାରେ ମହିଳା କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ଟପିଲା
ବେଙ୍ଗାଲୁରୁର ଏକ ଆଇଟି ପବ୍ଲିସିଂ କମ୍ପାନିରେ ୨୦୨୩ରେ ଚାକିରି ଛାଡ଼ୁଥିବା ଅଧା କର୍ମଚାରୀ ମହିଳା
ଅଣ ପ୍ରଯୁକ୍ତି କମ୍ପାନିର ପ୍ରଯୁକ୍ତି ଚାକିରିରେ ଥିବା ମହିଳା କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ପ୍ରାୟ ୧୬%
ଅଣମ୍ୟାନେଜମେଣ୍ଟ ପଦରେ ୪୦% ଏବଂ କାର୍ଯ୍ୟନିର୍ବାହୀ ସ୍ତରରେ ୨୦%

ସେମାନଙ୍କ ମଧ୍ୟରୁ ଅଣ ମ୍ୟାନେଜମେଣ୍ଟ ପଦରେ ୪୦% ଏବଂ କାର୍ଯ୍ୟନିର୍ବାହୀ ସ୍ତରରେ ୨୦% ରହିଛି। ତେବେ ୩୦ରୁ ୪୦ ବର୍ଷ ବୟସ ବର୍ଗରେ ଏବେ ଚାକିରି ଛାଡ଼ିବା ହାର ସର୍ବାଧିକ ୧୫ ପ୍ରତିଶତ ରହିଛି। ପ୍ରମୁଖ ଏଫଏମସିଜି କମ୍ପାନି ନେସଲେରେ ୨୬ ପ୍ରତିଶତ ମହିଳା କର୍ମଚାରୀ ୨୦୨୨ରେ ଚାକିରି ଛାଡ଼ିଛନ୍ତି, ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା ବା ୧୩ ପ୍ରତିଶତ ରହିଛି। ନିଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ହ୍ରାସ ପାଇଁ କମ୍ପାନିଗୁଡ଼ିକ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ନୂଆ ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯଦି ମହିଳା କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ଅଧିକ ରହେ ତାହେଲେ ଆଗକୁ ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ କରିବା ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ