ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାମାରୀ କବଳିତ ୨୦୨୦-୨୧ରେ, ଭାରତୀୟ ରେଳବାଇ ତତ୍‌କାଳ, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ୫୦୦ କୋଟିରୁ ଅଧିକ ଆୟ କରିଛି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମହାମାରୀ କବଳିତ ୨୦୨୦-୨୧ରେ ତତ୍‌କାଳ ଟିକେଟ୍‌ ଦେୟରୁ ୪୦୩ କୋଟି ଟଙ୍କା, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ଅତିରିକ୍ତ ୧୧୯ କୋଟି ଟଙ୍କା ଏବଂ ୨୦୨୦-୨୧ ମଧ୍ୟରେ ଗତିଶୀଳ (ଡାଇନାମିକ୍‌) ଭଡାରୁ ୫୧୧ କୋଟି ଟଙ୍କା ଆୟ କରିଛି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ହେତୁ ବର୍ଷର ଅଧିକାଂଶ ସମୟରେ ଟ୍ରେନ୍‌ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ଏହି ତିନିଟି ବର୍ଗର ଯାତ୍ରୀମାନେ ସାଧାରଣତଃ ଶେଷ ମୁହୂର୍ତ୍ତର ଯାତ୍ରୀ ଅଟନ୍ତି ଯେଉଁମାନେ ପ୍ରିମିୟମ୍‌ ଦେୟ ଦେଇ ଜରୁରୀକାଳୀନ ଯାତ୍ରା ପାଇଁ ଏହି ସେବାଗୁଡିକର ଲାଭ ଉଠାନ୍ତି।

ମଧ୍ୟପ୍ରଦେଶର ବାସିନ୍ଦା ଚନ୍ଦ୍ର ଶେଖର ଗୌରଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବଳରେ ଦାଖଲ କରାଯାଇଥିବା ଏକ ଆରଟିଆଇର ଉତ୍ତରରେ ରେଳବାଇ କହିଛି ଯେ ଏହା ଗତିଶୀଳ ଭଡାରୁ ୨୪୦ କୋଟି ଟଙ୍କା, ତତ୍‌କାଳ ଟିକେଟ୍‌ରୁ ୩୫୩ କୋଟି ଟଙ୍କା ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ପ୍ରିମିୟମ୍‌ ତତ୍‌କାଳ ଦେୟରୁ ସେପ୍ଟେଟର ପର୍ଯ୍ୟନ୍ତ ୮୯ କୋଟି ଟଙ୍କା ରୋଜଗାର କରିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଟ୍ରେନ୍‌ ଚଳାଚଳରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ଭାରତୀୟ ୋଳବାଇ ଗତିଶୀଳ ଭଡାରୁ ୧,୩୧୩ କୋଟି ଟଙ୍କା, ତତ୍‌କାଳ ଟିକେଟ୍‌ରୁ ୧,୬୬୯ ଟଙ୍କା ଏବଂ ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ୬୦୩ କୋଟି ଟଙ୍କା ରୋଜଗାର କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ