ରାଜ୍ୟ ସ୍ୱାସ୍ଥ୍ୟ

ମହାମାରୀରେ ୪୦ କୋଟି ଜୀବିକା ହରାଇଥିଲେ

ନୂଆଦିଲ୍ଲୀ: ଭାରତ ଧନୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏହାର ନାଗରିକମାନେ କିନ୍ତୁ ଧନୀ ହୋଇପାରୁନାହାନ୍ତି। ଉତ୍ପାଦକତା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଥିଲେ ମଧ୍ୟ ତାହାର ଲାଭ କିନ୍ତୁ ବ୍ୟାପକ ଭାବେ ସବୁ ବର୍ଗ ନିକଟରେ ପହଞ୍ଚିପାରୁନାହିଁ। ଏକ ନିର୍ଦିଷ୍ଟ ବର୍ଗ ବିଶେଷ ଉପକୃତ ହେଉଛନ୍ତି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ସମୟରେ ୪୦.୩୫ କୋଟି ଭାରତୀୟ ଜୀବିକା ହରାଇଥିଲେ।

ଏହି ସମୟରେ ୦୭ ପ୍ରତିଶତ ଭାରତୀୟଙ୍କ ଆୟ ହ୍ରାସ ପାଇଥିଲା ଯାହାର ପ୍ରଭାବରେ ଦେଶର ଅର୍ଥନୀତି ଓ ସମାଜରେ ବଡ଼ ଧରଣର ଅସମାନତା ସୃଷ୍ଟି ହୋଇଛି। ଏହି ଅସମାନତା ଦୂର କରିବାକୁ ହେଲେ ୨୦୩୦ ସୁଦ୍ଧା ୯ କୋଟି ଅତିରିକ୍ତ ନିଯୁକ୍ତି ଦରକାର। ଆୟ ଅସମାନତା ଦୂର କରିବା ଲାଗି ନିବେଶକାରୀମାନେ ନିବେଶ ନିଷ୍ପତ୍ତି ଗ୍ରହଣ କରିବା ବେଳେ କର୍ମଚାରୀ କଲ୍ୟାଣ ବିଷୟରେ ବିଚାର କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ