ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମହାମାରୀକୁ ସବୁଠାରୁ ବଡ ଶିକ୍ଷା କହିଲେ ସୋନୁ ସୁଦ୍: ଟ୍ୱିଟ୍‌ରେ କହିଲେ-ଦେଶ ବଞ୍ଚାଇବାକୁ ହେଲେ…

ମୁମ୍ବାଇ ୧୫/୦୪ : ଦେଶରେ କରୋନା ସଂକ୍ରମଣ ମାମଲା ନିଆଁ ଭଳି ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ମାମଲା ଲକ୍ଷେ, ଦେଢ଼ ଲକ୍ଷ ଟପିଗଲାଣି। ବୃଦ୍ଧି ପାଉଥିବା ମାମଲା ଯୋଗୁଁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କରାଯାଇଛି। ଇତି ମଧ୍ୟରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଏକ ଟ୍ୱିଟ୍ ଶୋଷିଲା ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ମହାମାରୀ ସମ୍ପର୍କରେ ଏକ ବଡ ଶିକ୍ଷା ସମ୍ପର୍କରେ କହିଛନ୍ତି। ନିଜ ଟ୍ୱିଟରେ ସେ କହିଛନ୍ତି ଯେ ଦେଶକୁ ରକ୍ଷା କରିବାକୁ ହସ୍ପିଟାଲ ତିଆରି କରିବାକୁ ହେବ। ରିୟଲ୍ ଲାଇଫ୍ ହିରୋଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି। ୟୁଜର୍ସ ସୋନୁଙ୍କ ଏହି ଟ୍ୱିଟରେ ଖୁବ କମେଣ୍ଟ ଦେଉଛନ୍ତି।

ମହାମାରୀ ସମ୍ପର୍କରେ ସୋନୁ କହିଛନ୍ତି, ମହାମାରୀ ଆମକୁ ସବୁଠାରୁ ବଡ ଶିକ୍ଷା ଦେଇଛି ଯେ “ଦେଶ ବଞ୍ଚାଇବାକୁ ହେଲେ ହସ୍ପିଟାଲ ତିଆରି କରିବାକୁ ହେବ।”

ବୃଦ୍ଧି ପାଉଥିବା କରୋନା ମାମଲା ଯୋଗୁଁ ସୋନୁ ସୁଦ ସିବିଏସସି ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଓ ସ୍ଥଗିତ ରଖିବାକୁ ଦାବି କରିଥିଲେ। ବୋର୍ଡ ପରୀକ୍ଷା ରଦ୍ଦ କରିବା ଓ ସ୍ଥଗିତ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସୋନୁ ସୁଦ ସ୍ୱାଗତ ଜଣାଇଥିଲେ ଓ ଟ୍ୱିଟ୍ କରି କହିଥିଲେ ଯେ ଶେଷରେ ଏହା ହିଁ ହେଲା, ସମସ୍ତ ବିଦ୍ୟାର୍ଥୀଙ୍କୁ ବହୁତ ବହୁତ ଶୁଭକାମନା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ