କଳା ଓ ସଂସ୍କୃତି ଧର୍ମ

ମହାଭାରତ ସମୟରେ ଭାରତରେ ଥିଲା ଏହିସବୁ ସହର, ଏବେ କେଉଁ ନାଁ ଜାଣନ୍ତି ଆପଣ

ମହାଭାରତ ହିନ୍ଦୁମାନଙ୍କର ଏକ ମୁଖ୍ୟ ଗ୍ରନ୍ଥ। ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ଭାରତରେ ଥିବା କିଛି ସହର ମହାଭାରତ ସମୟରେ ମଧ୍ୟ ଥିଲା। ଏହି ସହରର ନାଁ ମଧ୍ୟ ଅଲଗା ଥିଲା। ମହାଭାରତରେ ଜଡିତ ଥିବା ସହର ସଂପର୍କରେ ଆସନ୍ତୁ ଜାଣିବା।
ମଥୁରା- ବୃନ୍ଦାବନ ଓ ଦ୍ବାରିକା- ଏହି ନଗରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଜୀବନ କଟିଥିଲା। ଗୋପିମାନଙ୍କ ସହ ଶ୍ରୀକୃଷ୍ଣ ଏହି ନଗରୀରେ ରାସ କରୁଥିଲେ। ଶ୍ରୀକୃଷ୍ଣଙ୍କ ପିଲାବେଳଠାରୁ ଆରମ୍ଭକରି ବଡ ହେଲା ପର୍ଯ୍ୟନ୍ତ ଏହି ନଗରୀରେ କଟିଥିଲା।
ମେରଠ୍- ମହାଭାରତ ସମୟରେ ହସ୍ତିନାପୁର କୁହାଯାଉଥିବା ସ୍ଥାନକୁ ବର୍ତ୍ତମାନ ସମୟର ମେରଠ୍ ନାମରେ ଲୋକମାନେ ଜାଣୁଛନ୍ତି। ପୂର୍ବ ସମୟରେ ଏହି ସହରକୁ ହସ୍ତିନାପୁର ନାମରେ ପରିଚିତ ଥିଲା।
ହିମାଚଳ ପ୍ରଦେଶ- ମହାଭାରତରେ ଦ୍ରୌପଦୀଙ୍କ ଜନ୍ମ ଯେଉଁ ନଦୀ ତଟରେ ହୋଇଥିଲା ସେହି ନଦୀ ବର୍ତ୍ତମାନ ସମୟରେ ହିମାଚଳ ପ୍ରଦେଶର ଅବସ୍ଥିତ। ଏହି ନଦୀର ନାଁ ହେଉଛି ଚମ୍ବଲ ନଦୀ।
ଦିଲ୍ଲୀ- ଭାରତର ରାଜଧାନୀ ଦିଲ୍ଲୀ। ମହାଭାରତ ସମୟରେ ହସ୍ତିନାପୁରର ରାଜଧାନୀ ମଧ୍ୟ ଦିଲ୍ଲୀ ଥିଲା। ମହାଭାରତ ସମୟରେ ଦିଲ୍ଲୀର ନାଁ ଇନ୍ଦ୍ରପ୍ରସ୍ଥ ଥିଲା।
ରାଓ୍ବାଲପିଣ୍ଡି- ମହାଭାରତରେ କୌରବଙ୍କ ମାଆ ଗାନ୍ଧାରୀଙ୍କ କଥା ଆପଣ ଜାଣିଥିବେ। ଗାନ୍ଧାରର ରାଜକୁମାରୀ ଥିଲେ ଗାନ୍ଧାରୀ। ପାକିସ୍ତାନରେ ଥିବା ରାଓ୍ବାଲପିଣ୍ଡିକୁ ମହାଭାରତ ସମୟରେ ଗାନ୍ଧାର ଅଞ୍ଚଳ ବୋଲି କୁହଯାଉଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ