ଧର୍ମ

ମହାଭାରତରେ ଗୋଟିଏ ନୁହେଁ ବରଂ ଥିଲେ ୩ଟି କୃଷ୍ଣ : ୨ଜଣ ଅସଲି ଏବଂ ଜଣେ ନକଲି , ଜାଣନ୍ତୁ ଏହାର ରହସ୍ୟ

ମହାଭାରତ ହିନ୍ଦୁଙ୍କର ଏକ ପ୍ରମୁଖ ଧର୍ମଗ୍ରନ୍ଥ, ଯାହା ସ୍ମୃତିର ଇତିହାସ ବର୍ଗରେ ଆସିଥାଏ। ବେଳେବେଳେ ଏହାକୁ କେବଳ ଭାରତ କୁହାଯାଇଥାଏ। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ,ପୌରାଣିକ,ଐତିହାସିକ ଏବଂ ଦାର୍ଶନିକ ଗ୍ରନ୍ଥ। ବିଶ୍ବର ସବୁଠୁ ଲମ୍ବା ଏହି ସାହିତ୍ୟିକ ଗ୍ରନ୍ଥ ଏବଂ ମହାକାବ୍ୟ,ହିନ୍ଦୁ ଧର୍ମର ମୁଖ୍ୟତମ ଗ୍ରନ୍ଥରୁ ଗୋଟିଏ। ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି କୁହାଯାଇଥାଏ। ଏହା ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅନୁକରଣୀୟ ସ୍ରୋତ। ଏହି କୃତି ପ୍ରାଚୀନ ଭାରତ ଇତିହାସର ଏକ ଗାଥା। ଏଥିରେ ହିନ୍ଦୁ ଧର୍ମର ପବିତ୍ରତମ ଗ୍ରନ୍ଥ ଭଗବତ୍ ଗୀତା ସନ୍ନିହିତ ରହିଛି। ପୂରା ମହାଭାରତରେ ପାଖାପାଖି ୧,୧୦,୦୦୦ ଶ୍ଲୋକ ରହିଛି ଯାହା ୟୁନାନୀ କାବ୍ୟ ଇଲିୟଡ଼ ଏବଂ ଓଡ଼ିଶୀ ପରିଣାମରେ ୧୦ଗୁଣ ଅଧିକ।

୧- ପ୍ରଥମ କୃଷ୍ଣ – ମହାଭାରତରେ ପ୍ରଥମ କୃଷ୍ଣ ମହର୍ଷି ବେଦବ୍ୟାସ ଥିଲେ, ଯିଏ ମହାଭାରତ ରଚନା କରିଥିଲେ। ତାଙ୍କ ମାଆଙ୍କ ନାଁ ସତ୍ୟବତୀ ଏବଂ ପିତାଙ୍କ ନାଁ ମହର୍ଷି ପାରାଶର ଥିଲା। ତାଙ୍କ ଅସଲି ନାଁ ଶ୍ରୀକୃଷ୍ଣ ଦ୍ବେପାୟନ ଥିଲା। ଏହି ସମ୍ବନ୍ଧରେ ଦୁଇଟି କଥା ଥାଏ। ପ୍ରଥମ ଏହା ଯେ ତାଙ୍କ ରଙ୍ଗ ଶ୍ୟାମଳ ଥିଲା ଏବଂ ତାଙ୍କର ଜନ୍ମ ଏକ ଦ୍ବୀପରେ ହୋଇଥିଲା। ଏଥିପାଇଁ ତାଙ୍କୁ ଶ୍ରୀକୃଷ୍ଣ ଦ୍ବେପାୟନ କୁହାଯାଇଥାଏ। ଦ୍ବିତୀୟ ଏହା ଯେ ସେ ଜନ୍ମ ହେଉ ହେଉ ଯୁବକ ହୋଇଯାଇଥିଲେ ଏବଂ ତପସ୍ୟା କରିବାକୁ ଦ୍ବେପାୟନ ଦ୍ବୀପ ଚାଲିଯାଇଥିଲେ। ତପସ୍ୟା କରିବାରୁ ସେ କଳା ହୋଇଯାଇଥିଲେ। ଏଥିପାଇଁ ତାଙ୍କୁ କୃଷ୍ଣ ଦ୍ବେପାୟନ କୁହାଯାଇଥାଏ। ବେଦକୁ ବିଭାଜିତ କରିବା କାରଣରୁ ସେ ବେଦବ୍ୟାସ ନାଁରେ ପ୍ରସିଦ୍ଧ ହୋଇଥିଲେ।

୨- ଦ୍ବିତୀୟ କୃଷ୍ଣ : ମହାଭାରତର ଦ୍ବିତୀୟ କୃଷ୍ଣଙ୍କ ବିଷୟରେ ତ ସମସ୍ତେ ଜାଣିଥିବେ। ଯିଏ ସବୁ ସମୟରେ ପାଣ୍ଡୁ ପୁତ୍ରଙ୍କୁ ସାହାଯ୍ୟ କରିଥିଲେ ଏବଂ ଅର୍ଜୁନଙ୍କ ସାରଥୀ ହୋଇ କୁରୁକ୍ଷେତ୍ର ଯୁଦ୍ଧରେ ତାଙ୍କୁ ବିଜୟଲାଭ କରାଇଥିଲେ। ସେ ହିଁ ମହାଭାରତର ମହାନାୟକ ଥିଲେ।

୩- ତୃତୀୟ କୃଷ୍ଣ : ମହାଭାରତର ଏହି ତୃତୀୟ କୃଷ୍ଣଙ୍କୁ ନକଲି କୃଷ୍ଣ କୁହାଯାଇଥାଏ। ପୁଣ୍ଡ୍ର ଦେଶର ରାଜାଙ୍କ ନାଁ ପୌଣ୍ଡ୍ରକ ଥିଲା। ଦୀର୍ଘ ଦିନ ଯାଏଁ ଶ୍ରୀକୃଷ୍ଣ ତାଙ୍କ କଥା ଏବଂ ଆଚରଣକୁ ନଜରଅନ୍ଦାଜ କରି ଆସୁଥିଲେ। କିନ୍ତୁ ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ତାଙ୍କୁ ନିଜ ସୁଦର୍ଶନ ଚକ୍ର ଦ୍ବାରା ବଧ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ