କଳା ଓ ସଂସ୍କୃତି ରାଜ୍ୟ

ମହାପ୍ରଭୁଙ୍କ ଭକ୍ତିଭାବର ଅନନ୍ୟ ଉଦାହରଣ: ଜଗନ୍ନାଥଙ୍କୁ ଧରି ବାଲେଶ୍ୱରରୁ ଚାଲି ଚାଲି ଆସିଲେ ଦୟାନିଧି

ପୁରୀ :‌ ମହାପ୍ରଭୁଙ୍କ ଭକ୍ତିଭାବର ଅନନ୍ୟ ଉଦାହରଣ ଦେଖାଇଛନ୍ତି ବାଲେଶ୍ବରର ଦୟାନିଧି ଘୋଷ। ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ପଣ ନେଇ ଶ୍ରୀ ଘୋଷ ଶ୍ରୀଜଗନ୍ନାଥଙ୍କୁ ହାତରେ ଧରି ବାଲେଶ୍ବରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଶ୍ରୀ ଘୋଷ। ଏଠାରେ ପହଞ୍ଚିବା ପରେ ଶ୍ରୀ ଘୋଷ ରଥକାଠ ଅନୁକୂଳ ସ୍ଥଳରେ ପ୍ରଣାମ ଜଣାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ଚନ୍ଦ୍ରଭାଗା ଅଭିମୁଖେ ପୁଣି ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି।

ଶ୍ରୀ ଘୋଷ ପୂର୍ବରୁ ଶ୍ରୀମନ୍ଦିରରେ ଚାକିରି କରିଥିଲେ। ଅବସର ପରେ ଏବେ ଘରେ ରହି ଚାଷବାସ କଥା ବୁଝୁଛନ୍ତି। ମଝିରେ ମଝିରେ ସେ ଏଭଳି ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଥାନ୍ତି। କିଛି ଦିନ ତଳେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି। ପରେ ପୁନର୍ବାର ଚାଲି ଚାଲି ବାଲେଶ୍ବର ଫେରିବେ ‌ବୋଲି ଶ୍ରୀ ଘୋଷ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,