ରାଜ୍ୟ

ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ( ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି ।

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ( ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ଵ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ।

୨୦୨୧ରେ ପ୍ରଥମ ଓଡ଼ିଆ ଭାବରେ ଆର୍ ବି ଆଇ ଦାୟିତ୍ଵ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ। ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ମନ ଓ ମସ୍ତିସ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି ଶକ୍ତିକାନ୍ତ ଦାସ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।