ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି

ନୂଆଦିଲ୍ଲୀ ୧୯।୧୧ : ଆଜି ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲରେ ଶୁଣାଣି। ଗତ ଶୁଣାଣି ସମୟରେ ପକ୍ଷ ଭୁକ୍ତ ଓଡ଼ିଶା ଓ ଛତିଶଗଡ଼ର ଟେକ୍ନିକାଲ ଟିମ୍ କୁ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବୁନାଲ୍ ।

ତେବେ ଦୁଇ ରାଜ୍ୟ ଭିତରେ ଆଲୋଚନା ବିଫଳ ହୋଇଥିବା ସୂଚନା ମିଳିଛି। ଏପିରିକି ଦୁଇ ରାଜ୍ୟ ମଧ୍ୟରେ ମହାନଦୀର ଭୌଗଳିକ ଆକାର ନେଇ ଅସହମତି ପ୍ରକାଶ ପାଇଛି। ତେଣୁ ବୈଷୟିକ ଟିମ୍ ସହିତ କୋର୍ଟ ମିତ୍ରଙ୍କ ସହ ପୁଣି ଥରେ ଆଲୋଚନା ହେବ। ଏହି ବୈଠକ ବାବଦରେ ଦୁଇ ରାଜ୍ୟ ଟ୍ରିବୁନାଲକୁ ଅବଗତ କରି ଛନ୍ତି। ଦୁଇ ରାଜ୍ୟ ଭିତରେ ମହାନଦୀର ମୋଟ ଅବବାହିକା ଅଞ୍ଚଳ କୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇବ୍ ଏବଂ ମହାନଦୀ ଉପଅବବାହିକା ଅଞ୍ଚଳକୁ ନେଇ ସହମତି ପ୍ରକାଶ ପାଇ ନାହିଁ।

ସେପଟେ ଲୋୟର ମହାନଦୀ ଅବବାହିକା ଏବଂ ଦୟା ଉପ ଅବବାହିକାର ସୀମା ନିର୍ଦ୍ଧାରଣ କୁ ନେଇ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ର ଟେକ୍ନିକାଲ ଟିମ୍ ମଧ୍ୟରେ ଅସହମତି ରହିଛି । ତେବେ ଯେହେତୁ ଦୁଇ ରାଜ୍ୟ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସହମତି ରହିଛି ତେଣୁ ଆଜି ର ଶୁଣାଣି ନେଇ ଟ୍ରିବ୍ୟୁନାଲ୍ କଣ ମତ ରଖୁଛନ୍ତି ତାହା ଉପରେ ନଜର ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।