ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି: ଛତିଶଗଡ଼ ଦାଖଲକଲା ପ୍ରଥମ ସାକ୍ଷୀଙ୍କ ସତ୍ୟପାଠ

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ୨୭ତମ ଶୁଣାଣି କରିବେ। ଭର୍ଚୁଆଲ୍‌ ମୋଡ୍‌ରେ ଏହି ଶୁଣାଣି ହେବ। ଶୁଣାଣି ପୂର୍ବରୁ ଆଜି ଛତିଶଗଡ଼ ପକ୍ଷରୁ ପ୍ରଥମ ସାକ୍ଷୀଙ୍କ ସତ୍ୟପାଠ ଦାଖଲ କରାଯାଇଛି। ଆଇଆଇଟି ଦିଲ୍ଲୀ ସିଭିଲ୍‌ ଇଂଜିନିୟରିଂ ବିଭାଗର ପ୍ରଫେସର ଡ. ରାକେଶ ଖୋସା ପ୍ରଥମ ସାକ୍ଷୀରୂପେ ଅନ୍ତଃ ରାଜ୍ୟ ସୀମାରେ ଜଳପ୍ରବାହ ଏବଂ ହୀରାକୁଦ ଜଳଭଣ୍ଡାର ସଂପର୍କିତ ତଥ୍ୟ ଆଧାରିତ ସତ୍ୟପାଠ ଦାଖଲ କରିଛନ୍ତି।

ଡ. ଖୋସା ୩୭୫ ପୃଷ୍ଠାର ସତ୍ୟପାଠରେ ୧୯୪୭ର ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) କାହିଁକି ଆଜିର ପରିପ୍ରେକ୍ଷୀରେ ଅପ୍ରାସଙ୍ଗିକ ‌ସେ ନେଇ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଗତ ମାସ ୨୮ରେ ଓଡ଼ିଶାର ସାକ୍ଷୀ ତଥା ଓୟୁଏଟିର ପୂର୍ବତନ ଡିନ ଡ. ଦିବାକର ନାୟକ ମହାନଦୀ ଅବବାହିକାରେ ନିରନ୍ତର କୃଷି ଆଧାରିତ ସତ୍ୟପାଠ ଦାଖଲ କରିଥିଲେ। ଟ୍ରିବ୍ୟୁନାଲ ମାର୍ଚ ୧୨ ଶୁଣାଣିରେ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସାକ୍ଷ୍ୟପ୍ରମାଣ ଓ ସତ୍ୟପାଠ ଏପ୍ରିଲ ୨୩ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ସ‌ତ୍ତ୍ବେ ଏବେବି ଓଡ଼ିଶାର ୮ ଜଣ ଓ ଛତିଶଗଡ଼ର ୬ ଜଣ ସାକ୍ଷୀ ସେମାନଙ୍କ ସତ୍ୟପାଠ ଟ୍ରିବ୍ୟୁନାଲରେ ଦାଖଲ କରିନାହାନ୍ତି।

ଇତିମଧ୍ୟରେ ତିନିଟି କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ମହାନଦୀ ଅବବାହିକା ସଂପର୍କିତ ନଥି ଓ ଦସ୍ତାବିଜ୍‌ ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାରଙ୍କୁ ଯୋଗାଇ ଦେବା ସହ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ମଧ୍ୟ ହସ୍ତାନ୍ତର କରିଛନ୍ତି। ନଥିପତ୍ରଗୁଡ଼ିକୁ ଅନୁଧ୍ୟାନ କଲାପରେ ଏହା ପୂର୍ଣ୍ଣାଙ୍ଗରୂପେ ଉପଲବ୍ଧ କରାଯାଇଛି କି ନାହିଁ ସେ ସଂପର୍କରେ ଦୁଇ ରାଜ୍ୟ ଆସନ୍ତାକାଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ