ଅପରାଧ ରାଜ୍ୟ

ମହାନଦୀରେ ଭାସୁଛି ଅଜଣା ମୃତଦେହ, ପୋଲ ତଳୁ ଠାବ କଲା ପୋଲିସ

ବୌଦ୍ଧ ୩୦।୦୮: ମହାନଦୀରେ ଭାସୁଛି ଅଜଣା ଶବ । ବୌଦ୍ଧ ସହର ମର୍ଯାକୁଦ ପୋଲ ନିକଟରେ ଏକ ଅଜଣା ଶବ ଭାସୁଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ସହରର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ । ଏହାପରେ ତୁରନ୍ତ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିନ୍ତୁ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ତେବେ ମୃତଦେହଟି ଅନ୍ୟ କେଉଁ ସ୍ଥାନରୁ ଭାସି ଆସିଥିବା ସନ୍ଦେହ କରାଯାଉଛି । ଏହା ହତ୍ୟା ହତ୍ୟା ନା ଆତ୍ମହତ୍ୟା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।