ଦେଶ ବିଦେଶ ମନୋରଞ୍ଜନ

ମହାଠକ ସୁକେଶ ଜ୍ୟାକଲିନ୍‌ଙ୍କୁ କରିଥିଲେ ପ୍ରପୋଜ୍‌, ହୀରା ମୁଦିରେ ଲେଖା ହୋଇଥିଲା ଏହି ଅକ୍ଷର…

ନୂଆଦିଲ୍ଳୀ ୨୫।୦୨: ମହାଠକ ନାମରେ ବେଶ ଜଣାଶୁଣା ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଏବେ ନୂଆ ନୂଆ ଖୁଲାସା କରାଯାଉଛି। ନିକଟରେ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୁମି ପେଡନେକରଙ୍କ ନାମ ଟାର୍ଗେଟ୍‌ ଲିଷ୍ଟରେ ସାମିଲ୍‌ ଥିଲା । ସେହି ଠକେଇ ଟଙ୍କାରେ ସେମାନଙ୍କୁ ଉପହାର ଦେଇଥିଲେ । ଯାହା ଇଡିର ତଦନ୍ତରୁ ଜଣାପଡିଛି । କିନ୍ତୁ ସୁକେଶଙ୍କ ନାମ ଅଭିନେତ୍ରୀ ଜ୍ୟାକଲିନଙ୍କ ସହ ଜଡିତ ଅଛି। ଏବେ ଖବର ମିଳିଛି ଯେ ଏହି ମହାନଠକ ମଧ୍ୟ ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ।

ବର୍ତ୍ତମାନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଖୁବ ଶୀଘ୍ର ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ କୁମାର, କ୍ରିତି ସାନନ୍ ଏବଂ ଅର୍ଶଦ ୱାର୍ସି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ସୁକେଶଙ୍କ ସହ ଥିବା ସମ୍ପର୍କକୁ ନେଇ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବା ପରେ ସେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ କୋଟି ଟଙ୍କା ମୂଲ୍ୟର ଉପହାର ଗ୍ରହଣ କରିଥିବା ଜଣାପଡିଛି। ଏହା ମଧ୍ୟ କୁହାଯାଇଛି ଯେ ଦୁହେଁ ମଧ୍ୟ ସଂପର୍କରେ ଥିଲେ। ଏବେ ଶୁଣିବାକୁ ମିଳୁଛି କି ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ହୀରା ମୁଦି ସହିତ ପ୍ରପୋଜ୍‌ କରିଥିଲେ । ସବୁଠାରୁ ବଡ କଥା ହେଲା ସେହି ହୀରା ମୁଦିରେ J ଏବଂ S ନାମର ଅକ୍ଷର ଥିଲା ।

ତେବେ କହିବାକୁ ଗଲେ ନିକଟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ସୁକେଶ ଚନ୍ଦ୍ରଶେଖରଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଆସିବା ପରେ କଳ୍ପନାଜଳ୍ପନା କରାଯାଇଥିଲା ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । ଏହା ମଧ୍ୟ ସାମ୍ନାକୁ ଆସିଛି କି ଅଭିନେତ୍ରୀଙ୍କୁ ସୁକେଶଙ୍କ ଠାରୁ କୋଟି ଟଙ୍କା ଉପହାର ମଧ୍ୟ ମିଳିଥିଲା ​​ଯେଉଁଥିରେ ୯ଲକ୍ଷ ଟଙ୍କା ମୂଲ୍ୟର ଘୋଡା ଏବଂ ୫୨ ଲକ୍ଷ ମୂଲ୍ୟର ପାର୍ସୀୟନ କାର ମଧ୍ୟ ରହିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ