ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାକାଶରେ ବିକ୍ରମ-ଏସ୍ ଦେଖାଇବ ବିରାଟ ରୂପ, ୧୧.୩୦ମିନିଟ୍‌ରେ ଶ୍ରୀହରିକୋଟରୁ ଲଞ୍ଚ୍

ନୂଆଦିଲ୍ଲୀ: ମହାକାଶରେ ଭାରତର ଆଧିପତ୍ୟ ବିସ୍ତାର । ସ୍ପେସ୍ ସାଇନ୍ସରେ ଆଉ ପାଦେ ଆଗକୁ ବଢିଲା ଭାରତ । ଶୁକ୍ରବାର ଦେଶର ପ୍ରଥମ ବେସରକାରୀ କମ୍ପାନୀ ଦ୍ବାରା ନିର୍ମିତ ରକେଟ୍‌ର ଉତ୍‌କ୍ଷେପଣ ହେବ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତିଶ୍ ଧବନ ଲଞ୍ଚ୍ ପ୍ୟାଡରୁ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶୁକ୍ରବାର ୧୧.୩୦ ମିନିଟରେ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ୪ବର୍ଷ ପୁରୁଣା ବିକ୍ରିମ-ଏସ୍‌କୁ ପ୍ରଥର ଥର ଉତ୍‌କ୍ଷେପଣ କରାଯିବ । ସ୍ବତନ୍ତ୍ର ଜ୍ଞାନ କୌଶଳରେ ଏହାକୁ ବିକଶିତ କରାଯାଇଛି । ବେସରକାରୀ କମ୍ପାନୀ ସ୍କାଇରୁଟ୍ ଏୟାରୋସ୍ପେସ୍ ଅତ୍ୟାଧୁନିକ ରକେଟ୍‌କୁ ତିଆରି କରିଛି । ୨୦୨୦ରେ ମହାକାଶ କ୍ଷେତ୍ରରେ ଅନୁନ୍ଧାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହି ରକେଟ୍ ନିର୍ମାଣ ଆରମ୍ଭ କରିଥିଲା ସ୍କାଇରୁଟ୍ ।

ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ଏହି ରକେଟ୍‌କୁ ଉତକ୍ଷେପଣ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ଗତ ୧୫ ତାରିଖରେ ଲଞ୍ଚ୍ କରିବାକୁ ଯୋଜନା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ଶୁକ୍ରବାର ଲଞ୍ଚ୍ ପାଇଁ ସ୍ଥିର ହୋଇଛି । ବିକ୍ରମ-ଏସ୍‌ ମହାକାଶରେ ୮୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ଏହାକୁ ସ୍ବର୍ଗତ ବିକ୍ରମ୍ ସାରଭାଇଙ୍କ ନାଁରେ ନାମିତ କରାଯାଇଛି । ୬ମିଟର ଲମ୍ବା ଏହି ରକେଟ୍‌ରେ ଥ୍ରୀଡି ପେଣ୍ଟିଂ କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ