ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ସୋମବାର ସନ୍ଧ୍ୟା ୬ଟା ୧୫ରୁ ସାଢ଼େ ୭ଟା ମଧ୍ୟରେ ଆକାଶରେ ଏକ ମହାଜାଗତିକ ଦୃଶ୍ୟ ଖାଲି ଆଖିରେ ଦେଖିବାକୁ ମିଳିଥିଲା। ଚନ୍ଦ୍ର ଉପରେ ଶୁକ୍ର ଓ ବୃହସ୍ପତି ଗ୍ରହ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ଗ୍ରହ ଦୁଇଟି ପାଖାପାଖି ହୋଇ ଖୁବ୍ ନିକଟରେ ଦୃଶ୍ୟମାନ ହେବେ। ଏବେ ଶୁକ୍ର ଉପରେ ବୃହ୍ସସ୍ପତି ଥିବା ବେଳେ ୧ତାରିଖ ବେଳକୁ ବୃହସ୍ପତି ଉପରେ ଶୁକ୍ର ଗ୍ରହ ରହିବ ବୋଲି ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଦିନ ଦୁଇ ଗ୍ରହଙ୍କ ମଧ୍ୟରେ ଦୂରତା ୫ ଡିଗ୍ରି ଥିବା ବେଳେ ଆଜି (ମଙ୍ଗଳବାର) ୨.୫ଡିଗ୍ରି ଓ ପରେ ଏହା କମି ୦.୫ ଡିଗ୍ରି ହୋଇଯିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨ ତାରିଖ ବେଳକୁ ଏହା ସଂପୂର୍ଣ୍ଣ ପାଖାପାଖି ଦେଖାଯିବ। ପ୍ରତି ଅଢ଼େଇରୁ ୩ ବର୍ଷରେ ଥରେ ଏଭଳି ମହାଜାଗତିକ ଦୃଶ୍ୟ ଦେଖାଦେଇଥାଏ। ଏହି ଗ୍ରହଦ୍ବୟ ସମାନ୍ତରାଳ ଭାବେ ଥିବାରୁ ଆମେ ଖାଲି ଆଖିରେ ଦେଖିପାରୁଛେ। ହେଲେ ମହାକାଶରେ ଉଭୟଙ୍କ ଭିତରେ ୫୦ କୋଟି କିଲୋମିଟର ଦୂରତା ରହିଛି। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ, ଏହାକୁ ଦେଖିହେବ ବୋଲି ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l