କଳା ଓ ସଂସ୍କୃତି ଧର୍ମ

ମହାକାଲ ମନ୍ଦିରରେ ସମାପ୍ତ ହେବ ଭିଆଇପି ପରମ୍ପରା: ଭଗବାନଙ୍କ ଦରବାରରେ ସମସ୍ତେ ସମାନ

ଉଜ୍ଜେନ ୨୪/୦୮ : ଉଜ୍ଜେନ ମହାକାଲଙ୍କ ଦରବାରରେ ସମସ୍ତେ ଏକ ସମାନ। ନା କିଏ ଛୋଟ ନା କିଏ ବଡ। ନା କିଏ ସାଧାରଣ ନା କିଏ ସ୍ୱତନ୍ତ୍ର। ସେଥିପାଇଁ ଏଠାରେ ଦର୍ଶନ ପାଇଁ ଭିଆଇପି ପରମ୍ପରା ବନ୍ଦ କରାଯିବ। ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ସହମତି ଦେଇଛନ୍ତି।

ମହାକାଲ ମନ୍ଦିରରେ ଦର୍ଶନ ପାଇଁ ଯାଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଭିଆଇପି ପରମ୍ପରା ହଟାଇ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଦର୍ଶନ କରିଥିଲେ। ସେ ପ୍ରୋଟୋକଲ ପାଳନ କରି ପ୍ରଥମ ବ୍ୟାରିକେଡ଼ ପଛପଟେ ଛିଡା ହେଲେ ଓ ସେଠାରୁ ଦର୍ଶନ କରି ସନ୍ଦେଶ ଦେଇଛନ୍ତି ଯେ ଈଶ୍ୱରଙ୍କ ମନ୍ଦିରରେ କେହି ଭିଆଇପି ନୁହନ୍ତି। ମହାକାଲ ମନ୍ଦିର ଗତ କିଛି ଦିନ ହେଲା ଭିଆଇପି କଲ୍ଚରକୁ ନେଇ ଚର୍ଚ୍ଚାରେ ଅଛି। ଉଷା ଠାକୁର କହିଛନ୍ତି ମହାକାଲ ମନ୍ଦିରରେ ଭିଆଇପି କଲ୍ଚର ଶୀଘ୍ର ସମାପ୍ତ କରିଦିଆଯିବ। ଦର୍ଶନ ପାଇଁ ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ହେବ।

ମନ୍ତ୍ରୀ ଉଷା ଠାକୁର ଭାଦ୍ରବ ମାସ ପ୍ରଥମ ସୋମବାରରେ ମହାକାଲଙ୍କ ଦର୍ଶନ କରିବାକୁ ସନ୍ଧ୍ୟାରେ ଉଜ୍ଜେନରେ ପହଞ୍ଚିଥିଲେ। ସେ କୋଭିଡ ପ୍ରୋଟୋକଲ ପାଳନ କରି ବ୍ୟାରିକେଡ଼ ବାହାରୁ ବାବାଙ୍କ ଦର୍ଶନ କରିଥିଲେ। ଦୂରରୁ ହିଁ ପୂଜକ ପୂଜା ଓ ଅଭିଷେକ କରାଇଥିଲେ। ଉଷା ଠାକୁର ମନ୍ଦିରରେ ପ୍ରାୟ ୪୫ ମିନିଟ ରହିଥିଲେ। ସେହି ସମୟରେ ଗଣମାଧ୍ୟମ ସହ କଥା ହୋଇ ମନ୍ତ୍ରୀ କହିଥିଲେ ଯେ, ମହାକାଲ ମନ୍ଦିରରେ ସମସ୍ତେ ଭକ୍ତ। କେହି ଭିଆଇପି କି କେହି ସାମାନ୍ୟ ନୁହନ୍ତି। ଯାହା ବ୍ୟବସ୍ଥା ହେବ ସମସ୍ତଙ୍କ ପାଇଁ ଏକ ସମାନ ହେବ। ଦେଢ଼ ବର୍ଷ ଧରି ଗର୍ଭ ଗୃହରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ସେ କହିଛନ୍ତି ଯେ ଯଦି ପ୍ରବେଶ ଖୋଲାଯିବ ତାହେଲେ ସମସ୍ତଙ୍କ ପାଇଁ ଖୋଲାଯିବ। ଉଜ୍ଜେନରେ ଦେଶ ବିରୋଧୀ ନାରାକୁ ନେଇ ସେ କହିଛନ୍ତି ଦେଶର ସମ୍ବିଧାନ ମଜବୁତ। ଦେଶର ଜନତା ବିବେକବାନ। ସେମାନେ ଜାଣିଛନ୍ତି ଯେ ରାଷ୍ଟ୍ର କାହା ହାତରେ ସୁରକ୍ଷିତ। ଦେଶଦ୍ରୋହିଙ୍କୁ ଛଡ଼ାଯିବନି, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମହାକାଲ ମନ୍ଦିରରେ କୈଳାଶ ବିଜୟବର୍ଗିୟ, ବିଧାୟକ ରମେଶ ମାଣ୍ଡୋଲା, ବିଧାୟକ ଆକାଶ ବିଜୟବର୍ଗିୟ ସମେତ ଅନ୍ୟ ବିଜେପି ନେତା ପ୍ରତିବନ୍ଧକ ସତ୍ତ୍ୱେ ଭସ୍ମ ଆଳତୀ ପୂର୍ବରୁ ମହାକାଲଙ୍କ ଦର୍ଶନ କରିଥିଲେ। ଏହାକୁ ନେଇ ବହୁତ ହଙ୍ଗାମା ହୋଇଥିଲା। ଘଟଣାର ଠିକ ଦୁଇ ଦିନ ପରେ ବିଜେପି ନେତା ଗଲୁ ଶୁକ୍ଲାଙ୍କ ସାନ ପୁଅଙ୍କ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଗର୍ଭ ଗୃହରେ ସେଲ୍ଫି ନେଇଥିବା ନଜର ଆସିଥିଲେ। ଏହାପରେ ମନ୍ଦିର ପ୍ରଶାସନର ଅପମାନ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ