ଦେଶ ବିଦେଶ ମନୋରଞ୍ଜନ

‘ମହବତେଂ’ ଅଭିନେତ୍ରୀ ପ୍ରୀତି ଝାଗିଂୟାନୀ ‘ବିଗ୍‌ବସ୍‌-୧୫’ ଅଫରକୁ ପ୍ରତ୍ୟାଖାନ୍ କଲେ : କହିଲେ ଏହାର କାରଣ …

ମୁ୍ମ୍ବାଇ ୧୬/୦୯ ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ବସ୍‌କୁ ନେଇ ଗତ କିଛି ମାସ ହେବ ଖୁବ୍‌ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର କଲର୍ସ ଚ୍ୟାନେଲରେ ଏହି ଶୋ” ଆରମ୍ଭ ହେବାକୁ ଥିବା ବେଳେ ଏନେଇ ସମସ୍ତ ପ୍ରତିଯୋଗୀଙ୍କ ନାଁ ପୂର୍ବରୁ ହିଁ ସ୍ଥିର ହୋଇସାରିଛି। ଏହାରି ମଧ୍ୟରେ କରଣ ଜୋହରଙ୍କ ତତ୍ତ୍ୱାବଧାନରେ ଓଟିଟି ପ୍ଲାଟଫର୍ମରେ ବର୍ତ୍ତମାନ ସମୟରେ ଚାଲିଥିବା “ବିଗ ବସ ଓଟିଟି” ସରିବା ପରେ ହିଁ ନୂଆ ଶୋ’ ଆରମ୍ଭ ହେବ ।

ସୂଚନାରୁ ଜଣାପଡିଛି କି ଚଳିତ ସିଜିନରେ ବର୍ଷିୟାନ ଅଭିନେତ୍ରୀ ରେଖାଙ୍କ ଭଏସ୍‌ ଶୁଣିବାକୁ ମିଳିବ । ଶୋ’ର ପ୍ରମୋରେ ବି ରେଖାଙ୍କ ଅଭିନୀତ କିଛି ସିନ ବାବଦରେ ବି ମେକର୍ସ ମାନେ ଖୁଲାସା କରିବେ । ସୂଚନାରୁ ଜଣାଯାଇଛି ଯେ ଶୋ’ର ପ୍ରିମିୟର ଅକ୍ଟୋବର ମାସରେ ଆରମ୍ଭ ହେବ । ଶୁଣାଯାଉଛିକି ମେକର୍ସ ମାନେ ଟିଭିଷ୍ଟାରଙ୍କ ଠାରୁ ଆରମ୍ଭ କରି ବଲିଉଡ଼ ଷ୍ଟାର ମାନଙ୍କୁ ଏନେଇ ଆପ୍ରୋଚ ବି କରୁଛନ୍ତି । ଶୁଣାଯାଉଛିକି ବଲିଉଡ ଅଭିନେତ୍ରୀ ପ୍ରୀତି ଝାଂଗିୟାନି ବି ଏହି ଶୋ’ରେ ଭାଗ ନେବେ ।

କିନ୍ତୁ ନିଜେ ପ୍ରୀତି ଏହି ଖବରକୁ ଖଣ୍ଡନ କରିଛନ୍ତି । ଶାହରୁଖ ଖାଁଙ୍କ ଅଭିନୀତ ଫିଲ୍ମ “ମହବତେଂ” ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଏହି ସୁନ୍ଦରୀ ଜଣଙ୍କ କହିଛନ୍ତିକି ପ୍ରତି ଥର ପରି ଏଥର ମଧ୍ୟ ବିଗବସରେ ଭାଗ ନେବାକୁ ତାଙ୍କ ପାଖକୁ ଅଫର ଆସିଛି । ଏକ ଚ୍ୟାନେଲକୁ ସାକ୍ଷାତକାରରେ ଦେବା ସମୟରେ ହିଁ ସେ ନିଜେ ଏବାବଦରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କୁ ଆପ୍ରୋଚ କରାଯିବାରୁ ସେ କହିଥିଲେକି ମୁଁ ଏଥିରେ ମାତ୍ର ଦିନକ ପାଇଁ ବି ତିଷ୍ଟି ପାରିବି ନାହିଁ, ମୋ ଦ୍ୱାରା ଏହା ସମ୍ଭବ ନୁହେଁ । ଏହା ବ୍ୟତୀତ ମେକର୍ସ ମାନେ “ଉତରଣ” ଫେମ ଟିନା ଦତ୍ତା ଓ ଅଭିନେତା ମାନବ ଗୋହିଲଙ୍କୁ ବି ଏନେଇ ସୁପାରିଶ କରିଥିଲେ । ଟିନା ପ୍ରଥମରୁ କଲର୍ସ ଚ୍ୟାନେଲର ଚେହେରା ଥିବା ବେଳେ “ଖତରୋ କେ ଖିଲାଡ଼ି” ରେ ବି ଭାଗ ନେଇସାରିଛନ୍ତି । ଆଉ ଏକ ମଜା କଥା ହେଉଛି ବିଗବସ-୧୫ ରେ ସଲ୍‌ମାନ ଖାଁ ଜଙ୍ଗଲରେ ଏକ ଶିକାରୀ ବେଶରେ ବୁଲୁଥିବାର ନଜର ଆସିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ