ଅପରାଧ ରାଜ୍ୟ

ମହଙ୍ଗା ପଡିଲା ‘ପୁଷ୍ପା’ ଡାଏଲଗ, ଜେଲରେ କଟିଲା ୨୪ ଦିନ

ଚିତ୍ରଡ଼ା ୧୧/୦୫: ‘ପୁଷ୍ପା’ ଫିଲ୍ମର ଡାଇଲଗ “ପୁଷ୍ପା ରାଜ ଝୁକେଗା ନେହିଁ” ଆଉ ‘ଗୁଣ୍ଡା ରାଜ’ । ଫିଲ୍ମରେ “ଇଲାକା ଆପୁନକା କାନୁନ୍‌ ବି ଆପୁନକା, କାଟ ଡାଲେଗା ” ବାସ୍‌ ଏତିକି ଦୁଇଟି ଡାଇଲଗ୍‌ କହିବା ପରେ ଜଣକୁ ଜେଲ ହାଜତକୁ ଯିବାକୁ ପଡ଼ିଲା । ଆଉ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ପୋଲିସ ଏମିତି ଦଫା ଲଗାଇ ଦେଲା ଯେ ଜାମିନ ବି ମିଳିଲାନି ।

୨୪ ଦିନ ଧରି ବାରିପଦା ଜେଲ୍‌ରେ ରହିବା ପରେ ହାଇକୋର୍ଟରୁ ଜାମିନରେ ବାହାରିଛନ୍ତି । ଘଟଣାଟି ମାର୍ଚ୍ଚ ୧୬ ତାରିଖ ଶିର୍ଷାପାଳ ଛକରେ ଘଟିଥିଲା । ଏକ ଯାତ୍ରୀବାହୀ ବସ୍‌ ସେଇ ଛକରେ ଅଟକିବା ପରେ ବସ୍‌ କଣ୍ଡକ୍ଟର ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ କାରଣରୁ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ଘଟଣାକୁ ଦୂରରେ ରହି ଜଣେ ମୋବାଇଲ ଫୋନ୍‌ରେ ଭିଡିଓ ରେକର୍ଡିଂ କରି ପୋଲିସକୁ ଦେଇଥିଲେ ।

ମୋରଡ଼ା ପୋଲିସ ଉକ୍ତ ଭିଡିଓ ଦେଖି ଅଭିଯୁକ୍ତକୁ ଖୋଜି ବାହାର କରି ମାମଲା ରୁଜୁ କରିଥିଲେ । ହେଲେ ଡାଏଲଗ କହିଥିବା ଯୁବକ ଚିତ୍ରଡ଼ାର ସଞ୍ଜୟ ମହାନ୍ତ ଓରଫ୍‌ ଭଲା କୈାଣସି ଘଟଣାରେ ସଂପୃକ୍ତି ନଥାଇ ମଧ୍ୟ ତାଙ୍କୁ ପୁଲିସ ଥାନାକୁ ଡକାଇ ଗିରଫ କରିଥିଲେ ।

ସଞ୍ଜୟ କାହାକୁ ବି ହାତ ଦେଇନି ଦୂରରେ ରହି କେବଳ ଡାଇଲଗ ବାଜି ମାରିଥିଲେ । ଭଲା ଜଣେ ଫାଷ୍ଟ ଫୁଡ୍‌ ଦୋକାନୀ ହୋଇଥିବାର ମାମଲାରେ ଛନ୍ଦି ହେବା ପରେ ଅର୍ଥହାନୀ ପାଇଁ ବ୍ୟବସାୟ ବନ୍ଦ ହୋଇଯାଇଛି । ଶାଳ ପତ୍ର ସିଲେଇ କରି ଯାହା ମିଳୁଛି ସେଥିରେ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।