ଅପରାଧ ରାଜ୍ୟ

ମହଙ୍ଗା ପଡିଲା ଖବରୀ ସାଜିବା : ଫୋନ୍‌ କରି ଡାକିଲେ ପ୍ରେମୀଯୁଗଳ, ନିସ୍ତୁକ ପିଟିଲେ ଆଉ କାଟିଦେଲେ ନାକ

ଭୁବନେଶ୍ୱର ୨୭।୦୯ : ଖବରୀ ସାଜିବା ଜଣେ ଯୁବତୀଙ୍କୁ ପଡିଛି ମହଙ୍ଗା । ବାନ୍ଧବୀଙ୍କ ପୁରୁଷବନ୍ଧୁଙ୍କ ଖବରଅନ୍ତର ବାନ୍ଧବୀଙ୍କୁ ଜଣାଉଥିଲେ । ଶେଷରେ ବାନ୍ଧବୀ ପ୍ରେମିକ ସହ ମିଶି ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପିଟିଲେ । ଶେଷରେ ତାଙ୍କ ନାକ କାଟିଦେଲେ । ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଏନ୍‌-୫ ପାର୍କ ସମ୍ମୁଖରେ । ଗୁରୁତର ଅବସ୍ଥାରେ ପୁଲିସ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।ଆକ୍ରମଣକାରୀ ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି ।

ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ଯୁବତୀ ନୂଆପଲ୍ଲୀ ତ୍ରିନାଥ ବସ୍ତିରେ ରହୁଛନ୍ତି । ତାଙ୍କ ବାନ୍ଧବୀ ଓ ସେ ଗୋଟିଏ ସଂସ୍ଥାରେ କାମ କରୁଥିଲେ । ବାନ୍ଧବୀ ଜଣଙ୍କ ସାଲିଆସାହିର ଟିନା ଦିଗଲ ନାମକ ଯୁବକଙ୍କୁ ପ୍ରେମ କରୁଥିଲେ । ଟିନା ଅନ୍ୟ କେଉଁ ଯୁବତୀଙ୍କ ସହ ମିଳାମିଶା କରୁଛନ୍ତି କି ନାହିଁ ସେ ବିଷୟରେ ତାଙ୍କୁ ଜଣାଇବାକୁ ବାନ୍ଧବୀ ଜଣଙ୍କ କହିଥିଲେ । ତେଣୁ ଟିନାଙ୍କ ଉପରେ ଯୁବତୀ ଜଣଙ୍କ ନଜର ରଖୁଥିଲେ । ଖବରଅନ୍ତର ବାନ୍ଧବୀଙ୍କୁ ଜଣାଉଥିଲେ । ଟିନା ଅନ୍ୟଜଣେ ଯୁବତୀଙ୍କ ସହ ବୁଲୁଥିବା ଦେଖି ଯୁବତୀ ଜଣଙ୍କ ତାଙ୍କ ବାନ୍ଧବୀଙ୍କୁ ଜଣାଇଥିଲେ । ଏହାକୁ ନେଇ ବାନ୍ଧବୀ ଓ ତାଙ୍କ ପୁରୁଷବନ୍ଧୁ ଟିନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟ ଏକାଠି ହୋଇ ଯାଇଥିଲେ ।

ପ୍ରେମିକ ଜଣଙ୍କ ଯୁବତୀଙ୍କୁ ପାନେ ଦେବା ପାଇଁ ସୋମବାର ରାତିରେ ପ୍ରେମିକା ସହ ଆସି ତାଙ୍କୁ ଏନ୍‌-୫ ପାର୍କ ନିକଟକୁ ଡାକିଥିଲେ । ସେ ଆସି ପହଞ୍ଚିବା ମାତ୍ରେ ପ୍ରେମୀଯୁଗଳ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ପ୍ରେମିକ ଟିନା ପକେଟରୁ ଏକ ବ୍ଲେଡ୍‌ କାଢ଼ି ଯୁବତୀଙ୍କ ନାକକୁ କାଟି ଦେଇଥିଲେ। ଫଳରେ ରକ୍ତ ଜୁଡୁବୁଡୁ ହୋଇ ଯୁବତୀ ଜଣଙ୍କ ପଡ଼ି ଯାଇଥିଲେ । ଆଖପାଖ ଲୋକେ ପଳାଇ ଆସିବାରୁ ପ୍ରେମୀଯୁଗଳ ସେଠାରୁ ବାଇକରେ ଖସି ପଳାଇଥିଲେ । ଖବରପାଇ ପିସିଆର ଭ୍ୟାନ୍ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ମଙ୍ଗଳବାର ସକାଳେ ଏନେଇ ଯୁବତୀ ନୂଆପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।