ଅପରାଧ ରାଜ୍ୟ

ମହଙ୍ଗା ପଡିଲା କଲେଜରେ ଛାତ୍ରୀଙ୍କୁ ନିର୍ଯାତନା ଦେବା, ଗିରଫ ୨ ଜଣଙ୍କୁ ବହିଷ୍କାର

ବ୍ରହ୍ମପୁର ୧୭/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ଘଟଣା । ଗିରଫ ଦୁଇ ଛାତ୍ରଙ୍କୁ କଲେଜରୁ କରାଯିବ କରାଯିବ ବିତାଡିତ । ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଛାତ୍ରଙ୍କୁ କଲେଜରୁ ବିତାଡିତ କରାଯିବ । ଆଣ୍ଟି ରାଗିଂ କମିଟି ଏବଂ ଶୃଂଖଳତାଗତ କମିଟିର ରିପୋର୍ଟ ପରେ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡଙ୍ଗା ।

ସୂଚନା ଥାଉକି, ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍‌ର ଛାତ୍ରୀଙ୍କୁ ରାଗିଂ କରିବା ନେଇ ଭାଇରାଲ ହୋଇଥିଲା ଭିଡିଓ । କ୍ୟାମ୍ପସ୍‌ରେ ଜଣେ ଯୁକ୍ତଦୁଇର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଯୁକ୍ତ ତିନିର କେତେଜଣ ଛାତ୍ର ଏପରି ନିର୍ଯାତନା ଦେଇଛନ୍ତି । ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ପୋଲିସ ଭିଡ଼ିଓକୁ ଆଧାର କରି ସଂପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇଜଣ ଛାତ୍ର ଅଭିଷେକ ନାହାକ(୨୪) ଓ ବବୁଲ ପଣ୍ଡା(୧୮)ଙ୍କୁ ଗିରଫ କରାଯାଇଥିବା ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି । ଏହାସହ ୧୬ବର୍ଷ ବୟସର ଦୁଇଜଣ ଓ ୧୭ବର୍ଷ ବୟସର ଜଣେ ଛାତ୍ରଙ୍କୁ ଅଟକ ରଖାଯାଇଛି ।

ଗିରଫ ହୋଇଥିବା ଦୁଇଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର (ରଷ୍ଟିଗେଟ୍‌) କରିବାକୁ ଏବଂ ଏଥିରେ ସଂପୃକ୍ତ ଅନ୍ୟ ଛାତ୍ର ଓ ଛାତ୍ରୀଙ୍କୁ ବର୍ଷକ ପାଇଁ କଲେଜରୁ ନିଲମ୍ବନ କରିବା ପାଇଁ କଲେଜ କର୍ତ୍ତୃପକ୍ଷକୁ ପୁଲିସ ପକ୍ଷରୁ ସୁପାରିସ କରାଯାଇଥିବା ଏସ୍‌ପି ବିବେକ ସୂଚନା ଦେଇଛନ୍ତି । ଯୌନ ନିର୍ଯାତନାକୁ ନେଇ ଯଦି କଲେଜ କର୍ତ୍ତୃପକ୍ଷ କାର୍ଯ୍ୟରେ ଅବହେଳା କରୁଛନ୍ତି ତାହେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।