ଅପରାଧ ଦେଶ ବିଦେଶ

ମସ୍କୋ-ଗୋଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଜାମନଗରରେ ହେଲା ଜରୁରୀକାଳୀନ ଅବତରଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ: ମସ୍କୋରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ବିମାନଟିକୁ ସୋମବାର ରାତିରେ ଗୁଜୁରାଟର ଜାମନଗରରେ ଜରୁରୀକାଳୀନ ଅବତରଣ କର‌ାଯାଇଛି। ରାଜକୋଟ ଏବଂ ଜାମନଗର ରେଞ୍ଜର ପୁଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ବିମାନରେ ଥିବା ୨୩୬ ଯାତ୍ରୀ ଓ ଚାଳକ ସୁରକ୍ଷିତ ଅଛନ୍ତି। ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ବାହାରିଛନ୍ତି। ଏହି ଘଟଣା ଘଟିବା ପ‌ରେ ପୁଲିସ୍‌, ବୋମା ନିଷ୍କ୍ରିୟକାରୀ ଓ ସ୍ଥାନୀୟ ଏ ନେଇ ଯାଞ୍ଚ୍‌ ଆରମ୍ଭ କରିଛନ୍ତି।

ଏ ନେଇ ଯାଦବ କହିଛନ୍ତି, ‘ମସ୍କୋରୁ ଗୋଆ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ବୋମା ଅଛି ବୋଲି ଧମକ ମିଳିବା ପରେ ଜାମନଗରରେ ବିମାନଟିକୁ ଜରୁରୀକାଳୀନ ଭାବେ ଅବତରଣ କରାଇବାକୁ ପଡ଼ିଲା। ବିମାନ ଅବତରଣ କରିବା ପରେ ସମସ୍ତ ୨୩୬ ଯାତ୍ରୀ ଓ ବିମାନର ଚାଳକ ଦଳର ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା। ପୁଲିସ୍‌, ବିଡିଡିଏସ୍‌ ଓ ସ୍ଥାନୀୟ ଅଧିକାରୀ ମିଳିତ ଭାବେ ପୂରା ବିମାନରେ ଖୋଜାଖୋଜି ଆରମ୍ଭ କରିଛନ୍ତି।’

ବିମାନରେ ବୋମା ଧମକ ମିଳିବା କଥା ଭାରତୀୟ ଅଧିକାରୀ ସୂଚନା ଦେବା ପରେ ଦିଲ୍ଳୀରେ ଥିବା ରୁଷୀୟ ଦୂତବାସର ଅଧିକାରୀ ବିମାନଟିର ଜରୁରୀକାଳୀନ ଅବତରଣ ନିଷ୍ପତ୍ତି ନେଇଥିଲେ। ଶେଷରେ ବିମାନଟିକୁ ଜାମନଗରରେ ଥିବ‌ା ବାୟୁସେନା ବିମାନ ଘାଟୀରେ ଅବତରଣ କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ