ଲାଇଫ୍ ଷ୍ଟାଇଲ

ମସ୍କାରା ଲଗାଇବା ବେଳେ କରୁନାହାନ୍ତି ତ ଏପରି ଭୁଲ୍ ? ଏହି ଟିପ୍ସ ଉପରେ ରଖନ୍ତୁ ଧ୍ୟାନ

ଭୁବନେଶ୍ବର ୯।୨: ମସ୍କାରା ବିନା ଆଖି ମେକଅପ୍ ଅସମ୍ପୂର୍ଣ୍ଣ ଲାଗିଥାଏ । ଏହାଦ୍ବାରା ଆଖି ପତା ଲମ୍ବା ଏବଂ ଘନ ଦେଖାଯିବା ସହିତ ଆଖି ବେଶ ଆକର୍ଷିତ ଦେଖାଯାଇଥାଏ । ଆଖି ମେକଅପ୍ ଦ୍ୱାରା ମସ୍କାରା ଆପଣଙ୍କ ଆଖିର ଲୁକ୍ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥାଏ । ସେଥିଲାଗି ସଠିକ୍ ଭାବରେ ମସ୍କାରାକୁ ଲଗାଇବା ଜରୁରୀ ହୋଇଥାଏ । ମସ୍କାରା ଲଗାଇବା ବେଳେ ଅନେକ ଛୋଟ-ଛୋଟ ଭୁଲ କରି ବସିଥାନ୍ତି । ଯାହାଦ୍ୱାରା ଆଖି ମେକଅପ୍ ଖରାପ ହୋଇଯାଇଥାଏ । ଆସନ୍ତୁ ଜାଣିବା ମସ୍କାରା ଲଗାଇବାର କିଛି ସହଜ ଏବଂ ଜରୁରୀ ଟିପ୍ସ ।

ବାରମ୍ବାର ଲଗାଇବା :

ଯଦି ସକାଳେ ଆଖି ମେକଅପ୍ ସମୟରେ ମସ୍କାରା ଲଗାଇଥାନ୍ତି, ଦିନ ବିତିବା ସହିତ ମେକଅପ୍ ର ସାଇନ୍ କମିବାକୁ ଲାଗିଥାଏ । ସେଥିଲାଗି ଅନେକ ଶୁଖିଯାଇଥିବା ମସ୍କାରା ଉପରେ ଦ୍ବିତୀୟ ଥର ଲଗାଇଥାନ୍ତି । କିନ୍ତୁ ଏହା କରିବା ଦ୍ବାରା ଗ୍ଲୋଇଂ ଲୁକ୍ ମିଳିନଥାଏ ବରଂ ଆବଶ୍ୟକତାରୁ ଅଧିକ ଲଗାଇବା ଭଳି ଦେଖା ଯାଇଥାଏ ।

ମୋଟା କିମ୍ବା ଅସ୍ପଷ୍ଟ ମସ୍କାରା :

ମସ୍କାରା ଯଦି ଗାଢା ଏବଂ ଅସ୍ପଷ୍ଟ ହୋଇଯାଇଥାଏ ତେବେ ସେଥିରେ ଉଷୁମ ପାଣି ମିଶାନ୍ତୁ । ଏହାଦ୍ବାରା ମସ୍କାରା ଚିକ୍କଣ ହେବା ସହିତ ଆପଣ ପୁନର୍ବାର ଏହାକୁ ବ୍ୟବହାର ମଧ୍ୟ କରିପାରିବେ । ଯଦି ମସ୍କାରାର ବ୍ରସରେ ମଇଳା କିମ୍ବା ମେକଅପ୍ ଜମା ହୋଇଯାଇଥାଏ, ତେବେ ଏହାକୁ ହଟାଇବା ପାଇଁ ମସ୍କାରା ବ୍ରସକୁ ଏକ ସଫା ଟିସୁ ପେପରରେ ରୋଲ କରନ୍ତୁ । ବାରମ୍ବାର ଏଭଳି କରିବା ଦ୍ବାରା ଯଦି ତାହା ସଫା ନହୁଏ ତେବେ ମେକଅପ୍ ୱାଇପ୍ସର ବ୍ୟବହାର କରନ୍ତୁ ।

ଅତ୍ୟଧିକ ମସ୍କାରା ନହଟାଇବା :

ଅନେକ ସମୟରେ, ବ୍ରସରେ ଅତ୍ୟଧିକ ମସ୍କାରା ଲାଗିଯାଇଥାଏ ଏବଂ ତାହାକୁ ଲାସେଜ୍ ଉପରେ ଲଗାଇ ଦିଆଯାଇଥାଏ । କିନ୍ତୁ ଆବଶ୍ୟକତାରୁ ଅଧିକ ମସ୍କାରା ଲାସେଜ୍ ରେ ଲାଗିଯିବା କାରଣରୁ ତାହା ଅସ୍ପଷ୍ଟ ହୋଇଯାଇଥାଏ ଏବଂ ଲାସେଜ୍ ଖରାପ ଦେଖାଯାଇଥାଏ । ସେଥିଲାଗି ସବୁବେଳେ ମସ୍କାରା ଲଗାଇବା ପୂର୍ବରୁ ଟିସୁ ପେପର ଦ୍ବାରା ଅତିରିକ୍ତ ଜିନିଷକୁ ସଫା କରିଦିଅନ୍ତୁ ।

ଲାସେଜ୍ କର୍ଲସ୍ କରିବା :


ମସ୍କାରା ଲଗାଇବା ପରେ ଲାସେଜ୍ କୁ କର୍ଲ କରିବା ସବୁଠାରୁ ବଡ ଭୁଲ୍ ହୋଇଥାଏ । ମସ୍କାରା ଲଗାଇବା ପରେ ଲାସେଜ୍ ହାର୍ଡ ହୋଇଯାଇଥାଏ । ଯଦି ଏହାପରେ କର୍ଲରର ବ୍ୟବହାର ଲାସେଜ୍ ଉପରେ କରାଯାଏ ତେବେ ଏହାଦ୍ବାରା ଲାସେଜ୍ ଭାଙ୍ଗିବାକୁ ଲାଗିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ