ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଶା ଉପଦ୍ରବ, ରାଜଧାନୀ କଲବଲ: ନଗର ଉନ୍ନୟନ ବିଭାଗର ନିଦ ଭାଙ୍ଗିବ କେବେ?

ଭୁବନେଶ୍ବର : ହକି ବିଶ୍ବକପ୍‌ର ସଫଳ ଆୟୋଜନ ପାଇଁ ସରକାର ଲାଗି ପଡ଼ିଛନ୍ତି। ସହରକୁ ସୁନ୍ଦର କରିବା ସହ ମନୋରଞ୍ଜନ ପାଇଁ ମଧ୍ୟ ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମଶା ଯେଉଁ ପରିମାଣରେ ଉତ୍ପାତ କରୁଛନ୍ତି ସେଥିରେ ସରକାର ବଦନାମ ହେବା ଥୟ ହୋଇଛି। ଏହି ବଦନାମର କଳା ସରକାରଙ୍କ ମୁହଁରେ ବୋଳିବ ଗୃ୍ହ ଓ ନଗର ଉନ୍ନୟନ ବିଭାଗ। ବିଭାଗ ହିଁ ସବୁ ନାଟର ଗୋବର୍ଦ୍ଧନ। ମଶାଙ୍କ ଏଭଳି ଅଚାନକ ବଂଶବୃଦ୍ଧି ପାଇଁ ବିଭାଗ ହିଁ ଦାୟୀ। କିନ୍ତୁ ଏଯାବତ୍‌ ବିଭାଗ ତତ୍ପରତା ପ୍ରକାଶ କରିନାହିଁ।

କେବଳ ଭୁବନେଶ୍ବର ନୁହେଁ, ବରଂ ସାରା ରାଜ୍ୟରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଥିଲେ ମଧ୍ୟ ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରିନାହିଁ କିମ୍ବା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ମଧ୍ୟ କରିନାହିଁ। ଡ୍ରୋନ୍‌ରେ ମଶା ତେଲ ସ୍ପ୍ରେ କରିବା ଭଳି ଉଦ୍ଭଟ ଚିନ୍ତାଧାରାକୁ ବିଏମ୍‌ସି ବାସ୍ତବ ରୂପ ଦେଇଥିବା ବେଳେ ବିଭାଗ ଏଥିରେ ହସ୍ତକ୍ଷେପ କରିନାହିଁ। ନା ସମୀକ୍ଷା କରିଛି ନା ଏ ବାବଦରେ ବିଏମ୍‌ସିକୁ ଚିଠିଟିଏ ଲେଖିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଭାଗ ବିଏମ୍‌ସିକୁ ପରାମର୍ଶମାନ ଦେଇ ଆସୁଥିବା ନଜିର ରହିଥିଲେ ମଧ୍ୟ ଏହି ପ୍ରସଙ୍ଗରେ ବିଭାଗ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜଧାନୀବାସୀ ମଶାଙ୍କ ଉପଦ୍ରବରେ କଲବଲ ହେଉଥିଲା ବେଳେ ରାଜଧାନୀରେ ରହୁଥିବା ବିଭାଗୀୟ ମନ୍ତ୍ରୀ, ସଚିବ ଓ ନି‌ର୍ଦ୍ଦେଶକଙ୍କ ନିଦ କିପରି ଭାଙ୍ଗୁନି ବୋଲି ରାଜଧାନୀବାସୀ ପ୍ରଶ୍ନ କଲେଣି।

ଦୀର୍ଘ ତିନିମାସ କାଳ ବିଏମ୍‌ସିରେ ନିର୍ବାଚିତ ଜନପ୍ରତିନିଧି ନଥିଲେ। ଏଠାରେ ଅଫିସର ରାଜ୍‌ ଚାଲିଥିଲା। ଅଫିସରମାନେ ଯାହା ଚାହୁଥିଲେ ତାହା ଚାଲିଥିଲା। ମେୟର ନଥିବାରୁ ବିଏମ୍‌ସି ପ୍ରଶାସକ ଭାବରେ ବର୍ତ୍ତମାନର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ୍‌ ରହିଥିଲେ। ସେ ବେଶ୍‌ କିଛି ଦିନ ରହିବା ପରେ ବର୍ତ୍ତମାନର ଗୃହ ଓ ନଗର ଉନ୍ନୟନ ବିଭାଗରେ ପୌର ପ୍ରଶାସକ ଥିବା ସଂଗ୍ରାମଜିତ୍‌ ନାୟକ ବିଏମ୍‌ସି ପ୍ରଶାସକ ଭାବରେ ରହିଥିଲେ। ଉଭୟ ଦାୟିତ୍ବରେ ଥିବା ବେଳେ ମଶାଙ୍କ ଉପରେ ନଜର ଦେଇ ନାହାନ୍ତି। ଏହି ସମୟ ଅବଧିରେ ହିଁ ମଶା ତେଲ ପଡ଼ି ନାହିଁ। ମଶା ଧୂଆଁ ମଧ୍ୟ ଦିଆଯାଇ ନାହିଁ। ଉଭୟଙ୍କ ମଧ୍ୟରୁ ଜଣେ ହେଲେ କେହି ଥରେ ସମୀକ୍ଷା କରି ନାହାନ୍ତି।

ବିଶେଷଜ୍ଞଙ୍କ ମତରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏଭଳି ପରିସ୍ଥିତି ହୋଇଛି। ପୂର୍ବରୁ ଏତେ ପରିମାଣରେ ମଶା କେବେ ଦେଖା ଯାଇନଥିଲେ। ମଶା ତେଲ, ଧୂଆଁ ନିୟମିତ ପଡ଼ିଲେ ମଶାଙ୍କ ସଂଖ୍ୟା ନିୟନ୍ତ୍ରଣ ହେବ। କିନ୍ତୁ ଦୀର୍ଘ ଦିନ ହେବ ଏହା ନିୟମିତ ହୋଇନଥିବାରୁ ଏବେ ଏହି ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ପ୍ରମୁଖ ସଚିବ ଜି ମାଥିଭାଥନାନ୍‌ ଓ ସଂଗ୍ରାମଜିତ୍‌ ନାୟକ ଉଭୟ ଅଧିକାରୀ ଦୀର୍ଘ ଦିନ ଧରି ବିଏମ୍‌ସିର ଦାୟିତ୍ବରେ ରହିଥିଲେ। ବିଏମ୍‌ସି ସହ ଓତଃପ୍ରୋତଃ ଭାବରେ ଜଡ଼ିତ ଥିଲେ। ଏବେ ଉଭୟ ଅଧିକାରୀ ଗୃହ ଓ ନଗର ଉନ୍ନୟନ ବିଭାଗର ଉଚ୍ଚପଦରେ ଅଧିଷ୍ଠିତ ଅଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଏମ୍‌ସିକୁ ପରାମର୍ଶ ଦେଉଛନ୍ତି। ମଶା ଉତ୍ପାତ କରିବା ଓ ଏହାକୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି ଫେଲ୍‌ ହେବା ପରେ ବିଭାଗୀୟ ହସ୍ତକ୍ଷେପ ଜରୁରୀ ଥିଲା। ଏଭଳି ସ୍ଥିତିରେ ‌ସେମାନେ ପରାମର୍ଶ ଦେବେ ବୋଲି ଆଶା କରାଯାଉଥିଲା। ଦାୟିତ୍ବରେ ଥିବା ସମୟରେ ସବୁ ଓଲଟପାଲଟ ହୋଇଥିବାରୁ ସମ୍ଭବତଃ ସେମାନେ ଏହି ସମସ୍ୟା ଠାରୁ ନିଜର ନିରାପଦ ଦୂରତ୍ବରେ ରଖୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ନିଜ ନାକତଳେ ଏଭଳି ସ୍ଥିତି ହୋଇଥିଲେ ମଧ୍ୟ ନିଦ ଭାଙ୍ଗିଲା ନାହିଁ। ଆଜି ବିଏମ୍‌ସି ଡ୍ରୋନ୍‌ ଜରିଆରେ ମଶା ତେଲ ଛିଞ୍ଚିଛି। ଯେଉଁ ଅଞ୍ଚଳରେ ଛିଞ୍ଚିଛି ତାହା ଆଦୌ ଅପହଞ୍ଚ ନୁହେଁ। ବରଂ ଡ୍ରୋନ୍‌ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଠାରୁ ଢେର୍‌ କମ୍‌ ଖର୍ଚ୍ଚରେ ଜଣେ ଶ୍ରମିକ ଅନାୟାସରେ ତେଲ ସ୍ପ୍ରେ କରି ପାରିଥାନ୍ତା। ଆଗକୁ ମଧ୍ୟ ବିଏମ୍‌ସି ଅଧିକ ଡ୍ରୋନ୍‌ ଆଣିବାକୁ ଯୋଜନା କରିଛି। ବିଭାଗର ଏଭଳି ନିରବତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ