କଳା ଓ ସଂସ୍କୃତି ଧର୍ମ

‘ମଳ’ ମାସର ଅନ୍ୟ ନାମ ହେଉଛି ‘ପୁରୁଷୋତ୍ତମ’ ମାସ

ସ୍ୱୟଂ ନାରାୟଣ ହିଁ ନିଜ ନାମ ଅନୁସାରେ ଏହି ନାଆଁ ଦେଇଛନ୍ତି
ଏବର୍ଷ ପଡ଼ିଛି ‘ଯୋଡ଼ା ଆଶ୍ୱିନ’। ଏହାର ଅର୍ଥ- ଏବର୍ଷ ଆଶ୍ୱିନ ମାସର ଅବଧି ମାସେ ନହୋଇ ଦୁଇମାସ ହେବ। ଏହାକୁ ‘ଅଧିକ ମାସ’ ବା ‘ଅଧିମାସ’ ଓ ‘ଅସୁରମାସ’ ମଧ୍ୟ କୁହାଯାଇଥାଏ। ଏହାର ଅନ୍ୟ ଏକ ନାଆଁ ‘ମଳମାସ’। ସାଧାରଣରେ ଗୋଟିଏ ଧାରଣା ଅଛି ଯେ ଏହା ଅଶୁଭ। ତେଣୁ ଏପରି ମାସରେ କୌଣସି ଶୁଭକର୍ମ କରାଯାଏ ନାହିଁ। ଏ ବାବଦରେ ଶାସ୍ତ୍ର ନିର୍ଦ୍ଦେଶ ମଧ୍ୟ ଅଛି।
କିନ୍ତୁ ଯେଉଁବର୍ଷ ‘ଯୋଡ଼ା ଆଷାଢ଼’ ପଡ଼େ, ସେ ବର୍ଷ ଶ୍ରୀଜଗନ୍ନାଥଙ୍କର ନବକଳେବର ହୋଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି- ଯାହା ସାଧାରଣରେ ଅଶୁଭ, ଶ୍ରୀଜଗନ୍ନାଥ ଚେତନାରେ ତାହା ଅଶୁଭ ନୁହେଁ।
କେବଳ ଏତିକି ନୁହେଁ; ମଳମାସର ଅନ୍ୟ ଗୋଟିଏ ନାଆଁ ହେଉଛି ‘ପୁରୁଷୋତ୍ତମ ମାସ’। ବିଶେଷ ଉଲ୍ଲେଖନୀୟ ଯେ ଆଉ କେହି ନୁହନ୍ତି, ଶ୍ରୀଜଗଦୀଶ ବା ସ୍ୱୟଂ ନାରାୟଣ ହିଁ ନିଜ ନାମ ଅନୁସାରେଏହି ନାଆଁ ଦେଇଛନ୍ତି।
‘ବୃହନ୍ନାରଦୀୟ ପୁରାଣ’ର ‘ପୁରୁଷୋତ୍ତମ ମାହାତ୍ମ୍ୟ’ରେ ଏ ଉପାଖ୍ୟାନ ଅଛି। ଋଷିମାନଙ୍କର ପ୍ରଶ୍ନର ଉତ୍ତରରେ ସୁତମୁନି ଏହା କହିଛନ୍ତି। ଦେବର୍ଷି ନାରଦ ଓ ନାରାୟଣଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଏହାର ଆଧାର।
ଏହି ପୁରାଣ ପ୍ରସଙ୍ଗ ଅନୁସାରେ, ଭଗବାନ ବିଷ୍ଣୁ ବାରଟି ଭିନ୍ନ ଭିନ୍ନ ନାମରେ ବାରମାସର ଅଧିପତି ହୋଇଥାଆନ୍ତି। କିନ୍ତୁ ମଳମାସ ‘ତ୍ରୟୋଦଶ ମାସ’ ହୋଇଥିବାରୁ, ଏହାର କେହି ଅଧିପତି ନଥିଲେ। ସେଥିପାଇଁ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତାହାର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକରେ ‘ପୁରୁଷୋତ୍ତମ’ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ରୂପେ ପ୍ରଖ୍ୟାତ ହେବ। ମୋର ସମସ୍ତଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏହି ମାସ ମୋ ନାମରେ ପରିଚିତ ହେବ।” ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ ହେଲା।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ‘ମଳମାସ ନାରାୟଣ’ଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ଅଛି। ମଳମାସଗୁଡ଼ିକରେ ହିଁ ତାହାଙ୍କର ପୂଜାର୍ଚ୍ଚନା କରାଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ