ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାଲେଶ୍ବର(ରୁଦ୍ରରଂଜନ ଶେଜପଡ଼ା): ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରତି ଇଙ୍ଗିତ କରି ଅନେକ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ। ସେଥିମଧ୍ୟରୁ ଅନନ୍ୟ ହେଉଛି ‘ରେବତୀ’। ଯାହା ୧୮୯୮ ମସିହାରେ ପ୍ରକାଶ ପାଇଥିଲା। ଏହି ଗଳ୍ପରେ ଥିବା ସଂସ୍କାରଧର୍ମୀ ବାର୍ତ୍ତାଟି ହେଲା; ସମାଜରେ ନାରୀଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ନାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା। ହେଲେ ଏବେ ବି ଫକୀରମୋହନଙ୍କ ସ୍ବପ୍ନ ପୂରା ହୋଇପାରନି। ସେ ଜନ୍ମ ହୋଇଥିବା ବାଲେଶ୍ବର ମାଟିର ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ ଦେଖିବାକୁ ଚାହୁଁଥିବା ବେଳେ ଏଠାରେ ନାରୀମାନେ ଆଜି ବି କେଉଁଠି ନା କେଉଁଠି ଅବହେଳିତ। ଯାହାର ପରୋକ୍ଷ ପ୍ରମାଣ ସରକାରୀ ରିପୋର୍ଟରେ ରହିଛି।
ନ୍ୟାସ୍ନାଲ୍ ଫେମିଲି ହେଲ୍ଥ ସର୍ଭେ ରିପୋର୍ଟ କହୁଛି, ବାଲେଶ୍ବର ଜିଲ୍ଲାରେ ମହିଳାମାନଙ୍କ ଶିକ୍ଷିତ ହାର ଆଖିଦୃଶିଆ ନୁହେଁ। ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ ମହିଳାଙ୍କ ବିବାହ ହେଉଛି। କେବଳ ସେତିକି ନୁହେଁ, ଅଳ୍ପ ବୟସରେ ଝିଅମାନେ ମାଆ ହେଉଛନ୍ତି।
୨୦୧୯-୨୦ ମସିହା ରିପୋର୍ଟ-୫ ଅନୁସାରେ; ୬ ବର୍ଷ ଏବଂ ତା’ଠାରୁ ଅଧିକ ୭୭.୧ ପ୍ରତିଶତ ମହିଳା ସ୍କୁଲ୍ ଯାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୧୦ ବର୍ଷ ଏବଂ ତା’ଠାରୁ ଅଧିକ ସମୟ ଶିକ୍ଷାଗ୍ରହଣ କରିଥିବା ମହିଳାଙ୍କ ସଂଖ୍ୟା ହେଉଛି ୩୮.୩ ପ୍ରତିଶତ। ଜିଲ୍ଲାରେ ମୋଟ ଶିକ୍ଷିତ ମହିଳାଙ୍କ ହାର ୭୩.୮ ପ୍ରତିଶତ ରହିଛି। ଶିକ୍ଷାକୁ ଛାଡ଼ିଦେଲେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବାଲେଶ୍ବରର ମହିଳାମାନେ ଭଲ ସ୍ଥିତିରେ ନାହାନ୍ତି। ସର୍ଭେ ସମୟରେ ୨୦ରୁ ୨୪ ବର୍ଷ ବୟସର ୨୬.୪ ପ୍ରତିଶତ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସେହିପରି ୧୫ରୁ ୧୯ ବର୍ଷ ବୟସର ୮.୩ ପ୍ରତିଶତ ମହିଳା ମାଆ ହୋଇଛନ୍ତି।
ଏଠାରେ ଉଲ୍ଲେଖ ଥାଉକି ୨୦୧୫-୧୬ ନ୍ୟାସ୍ନାଲ୍ ଫେମିଲି ହେଲ୍ଥ ସର୍ଭେ ରିପୋର୍ଟ-୪ ଅନୁସାରେ; ୬ ବର୍ଷ ଏବଂ ତା’ଠାରୁ ଅଧିକ ୭୪.୧ ପ୍ରତିଶତ ମହିଳା ସ୍କୁଲ୍ ଯାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୧୦ ବର୍ଷ ଏବଂ ତା’ଠାରୁ ଅଧିକ ସମୟ ଶିକ୍ଷାଗ୍ରହଣ କରିଥିବା ମହିଳାଙ୍କ ସଂଖ୍ୟା ହେଉଛି ୩୧.୧ ପ୍ରତିଶତ। ଅନ୍ୟପଟେ ସର୍ଭେ ସମୟରେ ୨୦ରୁ ୨୪ ବର୍ଷ ବୟସର ୨୫.୯ ପ୍ରତିଶତ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସେହିପରି ୧୫ରୁ ୧୯ ବର୍ଷ ବୟସର ୧୧.୮ ପ୍ରତିଶତ ମହିଳା ମାଆ ହୋଇଛନ୍ତି।
ଓଡ଼ିଶା ଭଳି ଗୋଟିଏ ବିକାଶଶୀଳ ରାଜ୍ୟରେ ଏବଂ ରାଜ୍ୟର ଶିକ୍ଷିତ ଜିଲ୍ଲା ତାଲିକାର ଉପରେ ଥିବା ବାଲେଶ୍ବର ଜିଲ୍ଲାରେ ମହିଳାଙ୍କୁ ନେଇ ଏମିତି ଚିତ୍ର ବେଶ୍ ଉଦ୍ବେଗଜନକ। ତେଣୁ ସରକାର ଏ ଦିଗରେ ଯତ୍ନବାନ ହୁଅନ୍ତୁ ଏବଂ ଜିଲ୍ଲାରେ ମହିଳାଙ୍କ ଶତପ୍ରତିଶତ ଶିକ୍ଷା ଓ ସୁରକ୍ଷାକୁ ନିଶ୍ଚିିତ କରନ୍ତୁ ବୋଲି ବିଭିନ୍ନ ମହଲରେ ମତ ପ୍ରଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ lକାଶ ପାଇଛି। ଯାହା ଓଡ଼ିଆ ଅସ୍ମିତାର ନାୟକ ଫକୀରମୋହନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ।