ଅପରାଧ ରାଜ୍ୟ

ମରିଗଲା ମାନବିକତା, ମୃତଦେହକୁ ଅଧାବାଟରେ ଫିଙ୍ଗି ଚାଲିଗଲେ ବସ୍ କର୍ମଚାରୀ

ଭୁବନେଶ୍ୱର ୨୬/୦୮: ରାଜଧାନୀରେ ଅଭାବନୀୟ ଘଟଣା । ମଗିଗଲା ମାନବିକତା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଗଲେ ବସ୍ କର୍ମଚାରୀ । ଗଜପତିରୁ କଟକ ଯାଉଥିଲା ଯାତ୍ରୀବାହୀ ବସ୍ ।

ପଳାଶୁଣୀ ସପ୍ତସତୀ ମନ୍ଦିର ଆଗରେ ବ୍ୟକ୍ତିଙ୍କ ମୃତଦେହକୁ ଓହ୍ଲାଇ ଦେଇ ପଳାଇଲା ବସ୍ । ମୃତକ ଜଣଙ୍କ ହେଲେ ଗଜପତିର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଆଣିଥିବା ଦୁଇ ବ୍ୟକ୍ତି ଅଜୟ ମଲିକ ଓ ସଞ୍ଜୟ ଶବର ବୋଲି ଜଣାପଡିଛି ।

ଘଟଣାସ୍ଥଳରେ ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସରେ ତାଙ୍କର ମୃତ୍ୟୁ ହୋଇଥିଲା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ଜମାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।