ରାଜ୍ୟ ସ୍ପେଶାଲ ରିପୋର୍ଟ

ମରାମତି ହେଲେ ପୁଣି ଜମିବ ପର୍ଯ୍ୟଟକଙ୍କ ଭିଡ଼! ନଚେତ ଇତିହାସ ପାଲଟିଯିବ ରାୟଗଡ଼ା ଝୁଲାପୋଲ

ରାୟଗଡ଼ା: ଇତିହାସ ହୋଇ ରହିଯିବ କି ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ଭାବେ ପରିଚିତ ରାୟଗଡ଼ାର ଝୁଲାପୋଲ। ବିପଦଶଙ୍କୁଳ ଦର୍ଶାଇ ଦୁଇବର୍ଷ ତଳୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ କରିଦେଇଛି। ନିର୍ମାଣର ଦୀର୍ଘ ବର୍ଷ ପରେବି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ। ଯାହାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ଝୁଲାପୋଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।ମରାମତି ପରେ ବି ଏହା କାର୍ଯ୍ୟକ୍ଷମ କରାଯିବ କି ନାହିଁ ତାହା ସଂଦେହ ଘେରରେ। ଦୁଇ ବର୍ଷ ତଳେ ବିଶେଷଜ୍ଞ ଟିମ୍ ପଠାଇବାକୁ ରାଜ୍ୟ ସରକାରଙ୍କୁ ରାୟଗଡା ଜିଲ୍ଲା ପ୍ରଶାସନ ଅବଗତ କରାଇଥିଲେ ମଧ୍ୟ ଝୁଲାପୋଲ ସିଲ୍ ହେବାର ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇ ଥିବାବେଳେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନାହିଁ। ତେବେ ଏକା ସମୟରେ କେତେ ସଂଖ୍ୟକ ପର୍ଯ୍ୟଟକଙ୍କ ଚଳପ୍ରଚଳ, ପୋଲର ତାରବାଡ, ସୁରକ୍ଷା ପ୍ଲେଟ, ଦୁଇ ପାଶ୍ୱର୍ରେ ଥିବା ପିଲର ଟିକିନିଖି ଭାବେ ବିଶେଷଜ୍ଞ ଟିମ ଯାଚଂ କରିବେ ବୋଲି କୁହାଯାଇଛି।

To You Via WhatsAppJOIN NOW

ଗୁଗୁଲରେ ରାୟଗଡାର ପର୍ଯ୍ୟଟନ ମାନଚିତ୍ରରେ ରାୟଗଡାର ଝୁଲାପୋଲ ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ, ଯାହାକି ଜିଲ୍ଲାର ମୂଖ୍ୟ ଆକର୍ଷଣ ବୋଲି ରହିଛି। ଏହି ଝୁଲାପୋଲର ମଜା ନେବାପାଇଁ ଓଡିଶା ତଥା ଓଡିଶା ବାହାରୁ ଆନ୍ଧ୍ର, ତେଲେଙ୍ଗାନା ସହ ଛତିଶଗଡରୁ ବହୁ ପର୍ଯ୍ୟଟକ ଆସିଥାନ୍ତି।ହେଲେ ଏହି ଝୁଲାପୋଲ ସିଲ ହୋଇଥିବାରୁ ପର୍ଯ୍ୟଟକମାନେ ଏହାର ମଜା ଉଠାଇନପାରି ନିରାଶ ହୋଇ ଦୁଃଖରେ ଫେରିଯାଉଛନ୍ତି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ଏହାର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି।ଯାହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି। ଝୁଲାପୋଲ ନିର୍ମାଣ ହବାର ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ କୌଣସି ମରାମତି ହୋଇନାହିଁ। ଝୁଲାପୋଲର ପୋଲଗୁଡିକ, ଲୁହାବାଡ ଓ ଅନ୍ୟାନ୍ୟ ଉପକରଣରେ ଜଙ୍କ୍ ଲାଗିଯାଇଥିବା ବେଳେ ନାଗାବଳୀ ନଦୀ କୂଳ ଖାଉଥିବାରୁ ପିଲର ପାଇଁ ବିପଦ ସୃଷ୍ଟି କରିଛି। ରାୟଗଡ଼ାର ଝୁଲାପୋଲ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବାରୁ ସେମାନେ ଝୁଲାପୋଲ ଦେଖିବାକୁ ଆସୁଥିବା ଏବଂ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହାର ମରାମତି କରି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ବାହାରୁ ଆସୁଥିବା ପର୍ଯ୍ୟଟକ ଦାବି କରିଛନ୍ତି।

ପ୍ରକାଶ ଥାଉକି ରାୟଗଡ଼ା ଝୁଲାପୋଲ ଗତ ୨୦୧୧ ମସିହା ନଭେମ୍ବର ମାସରେ କାମ ଆରମ୍ଭ ହୋଇଥିବା ବେଳେ ୨୦୧୨ ମସିହା ମାର୍ଚ ମାସରେ ସଂପୂର୍ଣ୍ଣ ହୋଇଥିଲା।୮ ଟି ପଚାଂୟତକୁ ସଂଯୋଗ କରିବା ପାଇଁ ସେତେବେଳେ ଦେଡକୋଟି ଟଙ୍କା ବ୍ୟୟରେ ଆଇଏପି ଯୋଜନାରେ କର୍ଣ୍ଣାଟକର ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନ ଚିଫ୍ ଗିରୀଶ ଭରଦ୍ୱାଜଙ୍କ ଡିଜାଇନରେ ନାଗାବଳୀ ନଦୀ ଠାରୁ ୧୦୦ ଫୁଟ ଉଚ୍ଚରେ ଓ ୧୫୧ ମିଟର ଲମ୍ବାର ଏହି ଝୁଲାପୋଲ ନିର୍ମାଣ ହୋଇଥିଲା। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ରକ୍ଷଣବେକ୍ଷଣ କି ମରାମତି କରାଯାଇନାହିଁ, ଯାହାଫଳରେ ସଂପୂର୍ଣ୍ଣ ଲୁହା ତାରରେ ନିର୍ମିତ ଝୁଲାପୋଲ ମରାମତି ଓ ରକ୍ଷଣବେକ୍ଷଣ ଅଭାବରୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପଡିଛି। ବର୍ତ୍ତମାନ ସୁଦ୍ଧା ଏହି ଝୁଲାପୋଲ ୨୭ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଜୀବନ ନେଇଗଲାଣି।ଏହାଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହାର ମରାମତି କରି ପର୍ଯ୍ୟଟକଙ୍କ ପାଇଁ ଖୋଲିଦେବା ଦରକାର ବୋଲି ପର୍ଯ୍ୟଟକ ମାନେ ଦାବି କରିଛନ୍ତି।ଅପରପକ୍ଷରେ ଜିଲ୍ଲା ପ୍ରଶାସନ କହିଛି ଯେ ପର୍ଯ୍ୟଟକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା କରାଯାଇପାରିବ ତାହା ଯଥାଶୀର୍ଘ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।