ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅସ୍ତରଙ୍ଗ : ମରଣଯନ୍ତା ପାଲଟିଛି ଅସ୍ତରଙ୍ଗ ବେଳାଭୂମି। ଢେଉ ମାଡ଼, ଜୁଆର ଭଟ୍ଟା ବେଳେ ପାଣି ତଳେ ବହୁଥିବା ଅନ୍ତଃପ୍ରବାହ ସ୍ରୋତ ଯୋଗୁ ଗଭୀର ସମୁଦ୍ରକୁ ଟାଣିହୋଇ ପର୍ଯ୍ୟଟକଙ୍କ ଜୀବନ ଯାଉଛି। ବିଗତ ୯ବର୍ଷରେ ୧୫ରୁ ଊର୍ଦ୍ଧ୍ବଙ୍କ ଜୀବନ ଗଲାଣି। ପିକ୍ନିକ୍ ଋତୁରେ ଡିସେମ୍ବରୁ ଜାନୁଆରି ମଧ୍ୟରେ ସବୁ ଅଘଟଣ ଘଟିଥିବା ବେଳେ ମୃତକ ଓ ଆହତଙ୍କ ମଧ୍ୟରେ ସର୍ବାଧିକ କଲେଜ ପଢ଼ୁଆ ଛାତ୍ର ଓ ନିଶାସକ୍ତ ଯୁବକ ରହିଥିବା ଜଣାପଡ଼ିଛି।
ପୀରଜାହାଁନିଆ ବେଳାଭୂମି ନିକଟରେ ୧୪ ଜଣ, ଦେବୀ ମୁହାଣରେ ୧, କେଳୁଣୀ ମୁହାଣ ନିକଟରେ ୨ ଜଣଙ୍କ ଜୀବନ ଗଲାଣି। ସେହିଭଳି ବୁଡ଼ିଯିବା କିମ୍ବା ଭାସିଯିବା ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ଏଭଳି ଏକ ସମ୍ବେଦନଶୀଳ ସ୍ଥାନକୁ ପ୍ରଶାସନ କାହିଁକି ରେଡ୍ଜୋନ୍ ଘୋଷଣା କରାଯାଉନାହିଁ ତାହା ବୁଝିହେଉନି। ବେଳାମାର୍ଗରେ ସତର୍କ ଫଳକ ଲାଗୁନଥିବା ବେଳେ ଓ ଲାଇଫ୍ ଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଉନାହିଁ। ବେଳାଭୂମି ମହୋତ୍ସବର ୨ ଦିନ ପାଇଁ ତତ୍ପରତା ପ୍ରକାଶ କରି ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରାଯାଉଥିବା ବେଳେ ବର୍ଷ ତମାମ ବେଳାଭୂମିରେ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ସଚେତନତା ଅଭାବରୁ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନ କରିବା ବେଳେ ଅସାବଧାନତା ଯୋଗୁ ବିପଦରେ ପଡ଼ୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ବେଳାଭୂମି ଅଘଟଣ ପାଇଁ ଦାୟୀ କିଏ? ଅମାନିଆ ଯୁବଗୋଷ୍ଠୀ ନା ପ୍ରଶାସନର ଅପାରଗତା?
ମିଳିଥିବା ମୃତ ଓ ଆହତ ରିପୋର୍ଟ ମୁତାବକ ଜାନୁଆରି ୨୦୧୫ରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାରେ ୨ଜଣ ଆହତ ହୋଇଥିଲେ। ସେହିପରି ଜାନୁଆରି ୨୦୧୬ରେ ୨ଜଣଙ୍କ ମୃତ୍ୟୁ ଓ ୨ଜଣ ଆହତ, ୨୦୧୭ରେ ୪ ଜଣଙ୍କ ମୃତ୍ୟୁ ଓ ୫ ଆହତ ହୋଇଥିଲେ। ୨୦୧୯ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ଚଳିତମାସ ୨୩ ରେ ଜଗତସିଂହପୁର ଜିଲ୍ଲାରୁ ବୁଲିବାକୁ ଆସି ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ସେହିଭଳି ଦେବୀ ମୁହାଣରେ ଡ଼ଙ୍ଗାବୁଡି ଘଟଣା, କେଳୁଣୀ ମୁହାଣ ନିକଟରେ ଜଣେ ଭାସିଯିବା ଓ ଜଣେ ବୁଡ଼ିଯିବା ସୂଚନା ରହିଛି। ସେହିପରି ପୀରଜାହାଁନିଆ ନିକଟସ୍ଥ ଅସ୍ତରଙ୍ଗ ବେଳାଭୂମିରେ ୨୦୧୫ ପୂର୍ବରୁ ସବିଶେଷ ତଥ୍ୟ ମିଳି ନଥିବାରୁ ମୃତକ ଓ ଆହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ବେଳାଭୂମିରେ ବାରମ୍ବାର ଅଘଟଣ ଘଟିବା ସତ୍ତ୍ବେ ପ୍ରତିକାର ପାଇଁ ସ୍ଥାନୀୟ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନିଆଯାଉନାହିଁ। ବାଲିଯାତ୍ରା ବେଳେ ମାତ୍ର ୨ଦିନର ସୁରକ୍ଷା ବ୍ୟବସ୍ଥା ରହି ଅନ୍ୟ ସମୟରେ କାହିଁକି ବ୍ୟବସ୍ଥା ଏତେ ହୁଗୁଳା ତାହା ବୁଝାପଡ଼ୁନି। ଲାଇଫ୍ ଗାର୍ଡ ବ୍ୟବସ୍ଥା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ଅନ୍ତତଃ ପିକ୍ନିକ୍ ସମୟରେ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଓଡ଼ିଶା ପର୍ଯ୍ୟାବରଣର ସଂରକ୍ଷଣ ଅଭିଯାନ ନାମକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ସୌମ୍ୟରଞ୍ଜନ ବିଶ୍ୱାଳ ଗତକାଲି ଅସ୍ତରଙ୍ଗରେ ବ୍ଲକ୍ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରି ଲାଇଫ୍ ଗାର୍ଡ ନିୟୋଜିତ କରିବାକୁ ଦାବି କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l