ଅପରାଧ ରାଜ୍ୟ

ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଆଜି ଗୋବିନ୍ଦ କୋର୍ଟରେ ହାଜର ହୋଇଥାନ୍ତେ। ଏଣେ ତାଙ୍କର ମୃତଦେହକୁ ବଲାଙ୍ଗୀର ଅଣାଯାଉଛି। ସେଠାରେ ଶବ ବ୍ୟବଚ୍ଛେଦ କରାଯିବ।

୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୁଲିସ ବାରାକରୁ ସେ ଫେରାର ହୋଇଯାଇଥିଲା। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା।

ଅକ୍ଟୋବର ୮ ତାରିଖ ୨୦୨୧ରେ ଘଟିଥିଲା ମମିତା ହତ୍ୟାକାଣ୍ଡ। ମାମଲାର ୧୦ ମାସ ପରେ ଅଗଷ୍ଟ ୨୬ରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେପଟେମ୍ବର ୮ରେ ମମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥଲା। କଣ୍ଟାବାଞ୍ଜି କୋର୍ଟରୁ ସାକ୍ଷୀମାନଙ୍କୁ ସମନ ଗଲା ପରେ ସେମାନେ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ମମିତା ମେହେରଙ୍କ ପରିବାର ଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ଅନୁଯାୟୀ ଗୋବିନ୍ଦ ଓ ରାଧେଙ୍କ ଉପରେ ଟ୍ରାଏଲ୍ ଆରମ୍ଭ ହୋଇ ଏହି ମାମଲା ଆଗକୁ ବଢ଼ିଥିଲା।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତାର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ୨୦୨୧ ଅକ୍ଟୋବର ମାସରେ ଗିରଫ କରିଥିଲା। ସେହି ଦିନଠାରୁ ୨ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ଥିଲେ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି କଣ୍ଟାବାଞ୍ଜି ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗୋବିନ୍ଦଙ୍କ ଓକିଲ ଦୁର୍ଗାନନ୍ଦ ପାଢ଼ୀ ଗୋବିନ୍ଦଙ୍କ ସ୍ତ୍ରୀ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଓକିଲ ଶ୍ରୀ ପାଢ଼ୀ ହାଇକୋର୍ଟ ଦେଇଥିବା ଜାମିନ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିଥିଲେ। ଏହାକୁ ନେଇ ମାନ୍ୟବର ଅଦାଲତ ବିଭିନ୍ନ ସର୍ତ୍ତ ଏବଂ ୫୦ ହଜାରର ଦୁଇଟି ଜମାନତରେ ଗୋବିନ୍ଦଙ୍କୁ ୨ ସପ୍ତାହ ଲାଗି ଜାମିନରେ ଛାଡ଼ିଥିଲେ। ଜାମିନ ଅବଧି ସରିବା ପରେ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲକୁ ଫେରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।