ରାଜ୍ୟ ସ୍ପେଶାଲ ରିପୋର୍ଟ

‘ମମତା’ ସରକାରଙ୍କର ଯୁଗାନ୍ତକାରୀ ଯୋଜନା: ମନ୍ତ୍ରୀ

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ‘ମମତା’ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ବୋଲି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି।

ବୁଧବାର ଦିନ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ମମତା ଯୋଜନା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୫୬.୮୨ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ଙ୍କ ହିତସାଧନ କରିପାରିଛି। ଏଥିରେ ୨୭୧୧.୬୭କୋଟିରୁ ଅଧିକ ଅର୍ଥ ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି। ଏହା ଗର୍ଭବତୀ ମହିଳା, ଶିଶୁ ଏବଂ ପ୍ରସୂତି ମା’ମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହୋଇଛି।

ସେହିପରି କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ପିତାମାତାଙ୍କ ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନାରେ ବିଶେଷ ଯତ୍ନ ନିଆଯାଉଛି। ମାର୍ଚ୍ଚ , ୨୦୨୩ ସୁଦ୍ଧା ୫୧,୧୩୦ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଡିବିଟି ମାଧ୍ୟମରେ ମାସିକ ଭିତ୍ତିରେ ଶିଶୁ/ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ କରାଯାଉଛି।

ଏହାସହ ଶିଶୁମାନଙ୍କ ସାମଗ୍ରିକ ପୁଷ୍ଟିସାଧନ ସ୍ଥିତି‌େର ଉଲ୍ଲେଖନୀୟ ଉନ୍ନତି ଘଟିଛି। ଅଙ୍ଗନବାଡିଗୁଡ଼ିକୁ ସୁଦୃଢ କରାଯାଉଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପୋଷଣ ବଜେଟ୍ ଆରମ୍ଭ କରିଛି। ବିଭାଗର ସଚିବ ଶୁଭା ଶର୍ମା କହିଥିଲେ ଯେ ଆମର ବିଭିନ୍ନ ମଡେଲକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ଯେପରି କ୍ରେଚ୍‌ର କଳିକା ମଡେଲ ଏବଂ କେନ୍ଦୁଝର ଜିଲ୍ଲାର ଆଇସିଡିଏସ୍‌ରେ ମାଣ୍ଡିଆକୁ ସାମିଲ କରିବା ଏକ ଭଲ ଅଭ୍ୟାସ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।