କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ପରୀକ୍ଷା ଓ କପାଳରେ ଷ୍ଟିଚ୍ ପରେ ତାଙ୍କୁ ଛାଡ଼ିଦିଆଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ଏହି ଦିଆଯାଇଛି। ମମତାଙ୍କ କପାଳରେ ଆଘାତ ଲାଗିଥିବା ଓ ରକ୍ତ ବୋହୁଥିବା ଫଟୋ ସେୟାର କରି କୁହାଯାଇଥିଲା ଯେ ଆଜି ମମତା ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ତେବେ କେଉଁ ଭଳି ପରିସ୍ଥିତିରେ ମମତାଙ୍କ କପାଳରେ ଆଘାତ ଲାଗିଲା ସେ ନେଇ ଦଳ କୌଣସି ସୂଚନା ଦିଆଯଯାଇ ନଥିଲା। ତେବେ ଜଣାପଡ଼ିଛି ଯେ ଘର ଭିତରେ ସେ ପଡ଼ିଯିବାରୁ ତାଙ୍କ କପାଳରେ ଆଘାତ ଲାଗିଥିଲା।
ମମତା ବାନାର୍ଜୀ ଆହତ