ଅପରାଧ ଦେଶ ବିଦେଶ

ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ, ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ଇଡି

ନୂଆଦିଲ୍ଲୀ ୨୩/୦୭: ପଶ୍ଚିମବଙ୍ଗ ଶିକ୍ଷା ଦୁର୍ନୀତିର ତଦନ୍ତ ଏବେ ମନ୍ତ୍ରୀଙ୍କ ପାଖରେ ପହଁଚିଛି । ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଶୁକ୍ରବାରଠୁ ଇଡି ତଦନ୍ତ କରୁଥିଲା । ଏବେ ପାର୍ଥଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ସକାଳେ ପାର୍ଥ ସ୍ୱାସ୍ଥ୍ୟ ଖରାପ ଥିବା କହିଥିଲେ ।ଏହାପରେ ଡାକ୍ତରଙ୍କ ଟିମ୍ ପାର୍ଥଙ୍କ ବାସଭବନରେ ପହଁଚିଥିଲା ।

ରିପୋର୍ଟ ଅନୁସାରେ, ପାର୍ଥଙ୍କୁ ଗିରଫ କରାଯାଇ ମେଡିକାଲ ନିଆଯାଇଛି । ସେଠାରୁ ତାଙ୍କୁ କୋଲକାତାର ସିଜିଓ କମ୍ପ୍ଲେକ୍ସ ନିଆଯିବ ।

ସେହିପରି ପାର୍ଥଙ୍କ ନିକଟସ୍ଥ କୁହାଯାଉଥିବା ଅର୍ପିତା ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ଚଢଉ କରିଥିଲା । ଅର୍ପିତାଙ୍କ ଘରୁ ପ୍ରାୟ ୨୦ କୋଟି ନଗଦ ଟଙ୍କା ଜବତ ହୋଇଥିଲା । ତେବେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦୁର୍ନୀତି ଅଭିଯୁକ୍ତ ପାର୍ଥଙ୍କ ଘରେ ତଦନ୍ତକାରୀ ସଂସ୍ଥା ରେଡ୍ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ