ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ମମତାଙ୍କୁ ଝଟକା ! କେନ୍ଦ୍ରୀୟ ଡେପୁଟେସନରେ ଗଲେ ପଶ୍ଚିମବଙ୍ଗର ୩ IPS ଅଫିସର

ନୂଆଦିଲ୍ଲୀ ୧୨।୧୨: ପଶ୍ଚିମବଙ୍ଗରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ପଟୁଆର ଉପରକୁ ଆକ୍ରମଣ ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଆସିଛି। ରାଜ୍ୟର ୩ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ)ଙ୍କୁ କେନ୍ଦ୍ରୀୟ ଡେପୁଟେସନ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଧିକାରୀମାନେ ଦିଲ୍ଲୀ ବଦଳି ହୋଇଛନ୍ତି।

ଏହା ପୂର୍ବରୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କରି କେନ୍ଦ୍ର ସରକାର ଦିଲ୍ଲୀ ଡକାଇଥିଲେ। ଗତ ଗୁରୁବାର ଦିନ କୋଲକାତା ନିକଟରେ ବିଜେପି ଜାତୀୟ ସଭାପତିଙ୍କ ପଟୁଆର ଉପରକୁ ଲୋକେ ଟେକା ପଥର ମାଡ କରିଥିଲେ। ଜାଗାକୁ ଜାଗା ଏପରି ଆକ୍ରମଣ ଯୋଗୁ କେତେକ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଆହତ ହୋଇଥିଲେ। ଘଟଣାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା।

ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟପାଳଙ୍କୁ ୨୪ ଘଣ୍ଟାରେ ରିପୋର୍ଟ ତଲବ କରିଥିବା ବେଳେ ଜଗଦୀପ ଧନଖଡ ମାତ୍ର କିଛି ଘଣ୍ଟାରେ ରାଜ୍ୟର ବିପର୍ଯ୍ୟନ୍ତ ଆଇନଶଋୃଙ୍ଖଳା ନେଇ କେନ୍ଦ୍ରକୁ ତାଙ୍କର ରିପୋର୍ଟ ପଠାଇଦେଇଥିଲେ। ଏହା ଆଧାରରେ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ସମନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କେନ୍ଦ୍ର ସରକାର ୩ ଆଇପିଏସ୍‌ଙ୍କୁ ଡେପଟେସନରେ କେନ୍ଦ୍ରକୁ ଡକାଇନେଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି