କଳା ଓ ସଂସ୍କୃତି ଧର୍ମ

ମନ ମୋହିନେବ ବୃନ୍ଦାବନ କୁମ୍ଭ ମେଳାର ଫଟୋ: ପରିକ୍ରମା ମାର୍ଗରେ ଅଙ୍କାଯାଇଛି ଆକର୍ଷଣୀୟ କଳାକୃତି

ବୃନ୍ଦାବନ ୧୪/୦୨ : ବୃନ୍ଦାବନରେ ଏଥର ଅର୍ଦ୍ଧକୁମ୍ଭ ହେବାକୁ ଯାଉଛି। ଏଥିପାଇଁ ବୃନ୍ଦାବନକୁ ନବବଧୂ ଭଳି ସଜାଯାଇଛି। ବୃନ୍ଦାବନର ଗଛଲତାରୁ ଆରମ୍ଭ କରି ରାସ୍ତାଘାଟକୁ ସୁବିଦାର ରଙ୍ଗରେ ଚିତ୍ରଣ କରାଯାଇଛି। ଫେବୃଆରୀ ୧୬ ତାରିଖରେ ବସନ୍ତ ପଞ୍ଚମୀ ଦିନରେ ପ୍ରଥମ ଶାହୀ ସ୍ନାନ ହେବ। ଏହାସହ ବୈଷ୍ଣବ କୁମ୍ଭର ଶୁଭାରମ୍ଭ ହେବ। ଏଥିପାଇଁ ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ ଓ ଭକ୍ତ ସାମିଲ ହେବେ।

ଏଥର କୁମ୍ଭ କ୍ଷେତ୍ର ସହ ବୃନ୍ଦାବନ ପରିକ୍ରମା ମାର୍ଗ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର। ସେଥିପାଇଁ ପରିକ୍ରମା ମାର୍ଗର ପ୍ରତ୍ୟେକ କାନ୍ଥ ଓ ଗଛକୁ କଳାକୃତି ଅଙ୍କା ଯାଇଛି। ଗଛ ଓ କାନ୍ଥରେ ଶ୍ରୀକୃଷ୍ଣଲୀଳା ସହ ଜଡିତ କଳାକୃତି ଅଙ୍କା ଯାଇଛି। କଳାକୃତି ବହୁତ ଆକର୍ଷଣୀୟ ହୋଇଛି।

ଗତ ୧୫ ଦିନରୁ ପରିକ୍ରମା ମାର୍ଗ ଓ ବୃକ୍ଷକୁ ଚିତ୍ରିତ କରୁଛନ୍ତି କଳାକାର ସୌରଭ। କୁମ୍ଭରେ ଶାହୀ ସ୍ନାନ ତାରିଖ ପାଖେଇ ଅସିଲାବେଳକୁ ତାଙ୍କ ପେଣ୍ଟିଙ୍ଗ କାମ ପୁରା ହୋଇଯାଇଛି। ବୃକ୍ଷ ଓ କାନ୍ଥରେ କୃଷ୍ଣଲୀଳା ଚିତ୍ରଣ କରିବାକୁ ତାଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଥିଲା।

ବୃନ୍ଦାବନ କଳାକାରଙ୍କ ସହ ଛତିଶଗଡ଼, ପଞ୍ଜାବ ଓ ନାଗପୁରର କଳାକାର ମଧ୍ୟ କାମ କରୁଛନ୍ତି। କଳାକୃତି ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ଯେ ପଥଚାରୀଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି। ଏହି କଳାକୃତି ପାଇଁ ଅନେକ ରଙ୍ଗ ବ୍ୟବହାର କରାଯାଇଛି। ଏଠାରେ ସମ୍ପ୍ରଦାୟ ମଧ୍ୟ ଦର୍ଶାଯାଇଛି ଏବଂ ଆଖଡ଼ା ପରମ୍ପରା ମଧ୍ୟ। ଏହି କୁମ୍ଭ ମାର୍ଚ୍ଚ ଯାଏଁ ଚାଲିବ।

ହରିଦ୍ୱାର ପୂର୍ବରୁ କାହ୍ନାଙ୍କ ବୃନ୍ଦାବନ ଯମୁନା କୂଳରେ କୁମ୍ଭ ମେଳା ବୈଠକ ଆୟୋଜିତ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ