ରାଜ୍ୟ

ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ: କାମୁଡ଼ିଲା ବାରହା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବିନିକା: ଆଜି ଭୋର ସମୟରେ ବିନିକା ଜଙ୍ଗଲ ବିଭାଗ ଅଧୀନସ୍ଥ କଉଡ଼ିଆମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅଡ଼ାକଷା ଗ୍ରାମର ଜଣେ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ। ହେଲେ ସେଠାରେ ବରାହା ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ଅନାକସା ଗ୍ରାମର ଘୁଟୁ ମହାକୁର( ୪୭) ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ। ଆଜି ଭୋର ସମୟରେ ଘୁଟୁ ଅଡ଼ାକଷା -ଚକାମାଲ ପାଖରେ ବୁଲୁଥିବା ସମୟରେ ହଠାତ୍ ଏକ ବାରହା ଆସି କଉଡ଼ିଆମୁଣ୍ଡା ରାମପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସିଙ୍ଘିଯୁବା ବିଟ ସୀମା ସନ୍ଧିରେ ଆକ୍ରମଣ କରି ତାଙ୍କର ଗୋଡ଼,  ହାତ, ପେଟ ତଥା ବିଭିନ୍ନ ଅଂଶରେ କାମୁଡ଼ି ଦେଇଥିଲା। ଏହାଫଳରେ ସେ ଗୁରୁତର ହୋଇଥିଲେ।

ବାରହା କାମୁଡ଼ିବା ସମୟରେ ଶ୍ରୀ ମହାକୁର ଚିତ୍କାର କରିବାରୁ ପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଆସିଥିଲେ। ସେମାନେ ଘୁଟୁଙ୍କର ପରିବାରଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକେ ଗାଡ଼ି ଭଡ଼ା କରି ତାଙ୍କୁ ବିନିକା ଡ଼ାକ୍ତରଖାନକୁ ଆଣି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲ ବିଭାଗ ପକ୍ଷରୁ ଏହି ଘଟଣା କଉଡ଼ିଆମୁଣ୍ଡା ଫରେଷ୍ଟ ଏରିଆ କି ସିଙ୍ଘିଯୁବା ଫରେଷ୍ଟରେ ହୋଇଛି, ସେନେଇ କିଛି କହୁନାହାନ୍ତି। ବନ ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣେ  ଶ୍ରୀ ମହାକୁର ବାରହା ଶିକାର କରିବାକୁ ଯାଇ ନିଜେ ଫସିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।  କିନ୍ତୁ ଏନେଇ ବନ ବିଭାଗ ମୁହଁ ଖୋଲୁନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।