କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମନ୍ଦିର ଭିତରେ ପୂଜକଙ୍କ ରାସଲୀଳା : ମହିଳାଙ୍କୁ ଅସଦାଚରଣ କରି ଭିଡିଓ ଭାଇରାଲ୍, ଗିରଫ କଲା ପୁଲିସ, ମନ୍ଦିରରୁ ବିଦା

ଭୁବନେଶ୍ୱର : ମନ୍ଦିର ଭିତରେ ପୂଜକଙ୍କ ରାସଲୀଳା। ମହିଳାଙ୍କୁ ଅସଦାଚରଣର ଭିଡ଼ିଓ ତିଆରି କରିବା ସହ ଭାଇରାଲ୍ କରିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ମନ୍ଦିର ଭିତରେ ପୂଜକଙ୍କର ଏପରି କଳା କାରନାମାକୁ ତୀବ୍ର ନିନ୍ଦା ସହ ସମାଲୋଚନା କରାଯାଇଛି। ମେଘେଶ୍ବର ମନ୍ଦିର ପରିସରରେ ଘଟିଥିବା ଏହି ଘଟଣାରେ ବଡ଼ଗଡ଼ ଥାନା ପୁଲିସ ପୂଜକ ଗଙ୍ଗାଧର ରଥଙ୍କୁ ଗିରଫ କରିଫ କରିଛି। ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନର ଦୁଇଦିନ ପୂର୍ବରୁ ଭିଡ଼ିଓ ଭାଇରାଲ୍ ହେବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗଙ୍ଗାଧରଙ୍କୁ ବିଦା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳାଙ୍କ ପରିବାର ଓ ଗଙ୍ଗାଧର କଳିଙ୍ଗ ବସ୍ତିରେ ରହନ୍ତି। ମହିଳାଙ୍କ ସହ ତାଙ୍କର ଗତ କିଛି ମାସ ହେଲା ବିବାଦ ରହିଥିଲା। ମହିଳାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଗଙ୍ଗାଧର ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୫ ତାରିଖରେ ମହିଳା ମନ୍ଦିରକୁ ଯାଇଥିଲେ। ଗଙ୍ଗାଧର ତାଙ୍କୁ ବେଢାର ଏକ କୋଣକୁ ନେଇ ସେଠାରେ ଅସଦାଚରଣ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ନିକଟରେ ମୋବାଇଲ ଫୋନ୍ ଥୋଇ ଏହାକୁ ରେକର୍ଡିଂ କରିଥିଲେ। ଏହା ପରେ ଏହି ଭିଡିଓକୁ ଭାଇରାଲ୍ କରି ଦେଇଥିଲେ ବୋଲି ପୁଲିସ ପଚରାଉଚରା ସମୟରେ ଜାଣିବାକୁ ପାଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି।

ଭିଡିଓ ଭାଇରାଲ୍ ହେବା ପରେ ପୂଜକଙ୍କର ଏଭଳି କାର୍ଯ୍ୟକୁ ନେଇ ଗତ ୬ ତାରିଖରେ ମନ୍ଦିର ପରିଚାଳନା କମିଟିର ଜରୁରି ବୈଠକ ଡକାଯାଇଥିଲା। ଗଙ୍ଗାଧରଙ୍କୁ ବିଦା କରାଯିବା ସହ ମନ୍ଦିର ସେବା ଓ ପୂଜା ସଂକ୍ରାନ୍ତୀୟ କୌଣସି ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ ନ କରିବା ପାଇଁ କୁହାଯାଇଛି। ଯଦି କେହି ତାଙ୍କ ସହ ଯୋଗା‌ଯୋଗ କଲେ, ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ପରିଚାଳନା କମିଟି ସଭାପତି ଅଶୋକ ସିଂ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,