ମନୋରଞ୍ଜନ

ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତରେ ପରଲୋକ

ମୁମ୍ୱାଇ ୩୦/୬: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ଆଜି ସକାଳେ ରାଜ କୌଶଲ ପରଲୋକ ହୋଇଛି । ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି । ରାଜ କୌଶଲ ଆଜି ସକାଳ ୪.୩୦ରେ ଘରେ ହୃଦଘାତରେ ପୀଡିତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ନେବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା ।

ସୂଚନ ଥାଉକି, ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡର ଅନେକ ସେଲିବ୍ରିଟି ରାଜ କୌଶଲ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ହୋଇଥିଲା ପ୍ରଥମ ସାକ୍ଷାତ ।


ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ । ଯେତେବେଳେ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ । ମନ୍ଦିରା ୧୪ ଫେବୃଆରୀ ୧୯୯୯ ରେ ରାଜ କୌଶଲଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ବିବାହରେ ରାଜି ନଥିଲେ ପରିବାର ଲୋକେ ।

ପ୍ରକୃତରେ ମନ୍ଦିରାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହିତ ବିବାହ କରନ୍ତୁ । କିନ୍ତୁ ଉଭୟଙ୍କ ଭଲପାଇବା ଆଗରେ ସବୁକିଛି ଫସର ଫାଟିଯାଇଥିଲା । ଶେଷରେ ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ