ସୋନପୁର ୨୧।୦୯ : ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୋନପୁରର ଇଷ୍ଟଦେବ ସୂବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳୀ ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା ଓ ପୂଜା ସାମଗ୍ରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମନ୍ଦିର ସେବାୟତଙ୍କ ପକ୍ଷରୁ ଲୁଟ୍ ହୋଇଥିବା ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୋନପୁରର ବିଭିନ୍ନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।