କଳା ଓ ସଂସ୍କୃତି ଧର୍ମ

ମନ୍ଦିରରୁ ମିଳିଥିବା ଭଗବାନଙ୍କ ଫୁଲକୁ ଏହିଭଳି ସାଇତି ରଖନ୍ତୁ, କରନ୍ତୁନି ଭୁଲ

ଭୁବନେଶ୍ୱର ୦୭/୦୨ : ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଜାଣନ୍ତୁ।

ମନ୍ଦିରରୁ ଆଣିଥିବା ଫୁଲ ଶୁଖିଯିବା ପରେ ତାକୁ ଏକ କପଡ଼ାରେ ବାନ୍ଧି ଘରର ଆଲମିରା କିମ୍ବା ଟ୍ରେଜେରିରେ ରଖି ଦେବା ଉଚିତ। ଏହାଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଘରେ ହିଁ ରହେ।

ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି। ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା। ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକୁ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ