ଅପରାଧ ରାଜ୍ୟ

ମନ୍ଦିରରୁ ପ୍ରାଚିନ ରୁପା ମୁର୍ତ୍ତି ଚୋରି ଘଟଣା: ପୋଲିସକୁ ଭୁଆଁ ବୁଲାଉଛନ୍ତି ଚୋର, ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର ୦୫/୦୬ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁରେ ଥିବା ୧୬ଶହ ଶତାବ୍ଦିର ଶିବ ମନ୍ଦିରରୁ ୧୪କେଜି ଓଜନର ପ୍ରଚୀନ ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ଘଟଣାରେ ପୋଲିସକୁ ଏଯାଏଁ ସଫଳତା ମିଳିପାରି ନାହିଁ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଏହି ମୁର୍ତ୍ତିକୁ ଗତ ମେ ୩୧ ରେ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଏହାକୁ ଚୋରି କରି ନେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ଲାଗି ରହିଛି। ଏଭଳି ଏକ ମୂର୍ତ୍ତି ଚୋରି ପାଇଁ ମନ୍ଦିର ନୀତିକାନ୍ତିରେ ବ୍ଯାଘାତ ସୃଷ୍ଟିହେବା ସହ ଚଳିତ ଶିବ ପାର୍ବତୀ ବିବାହ ଉତ୍ସବରେ ମଧ୍ଯ ବ୍ଯାଘାତ ସୃଷ୍ଟି ହୋଇଛି।

ମୁର୍ତ୍ତି ଚୋରଙ୍କୁ ଧରିବାକୁ ଯାଇ ପୋଲିସ ମୋବାଇଲ୍ ନମ୍ବର ଟ୍ରାକିଂ ଓ ଜିପିଆରଏସ୍ ଟେକ୍ନୋଲଜି ଆଧାରରେ ସ୍ଥାନୀୟ ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଅଭିଯୁକ୍ତକୁ ସାଙ୍ଗରେ ଧରି ଅଗ୍ନିଶମ ବିଭାଗ ସହାୟତାରେ ମନ୍ଦିର ପୋଖରୀ ଓ ପାଚେରୀ ପାଖ ବୁଦା ସବୁ ଭଲ ଭାବେ ଯାଞ୍ଚ କରିଛି। ଗାଁ ଲୋକମାନେ ମଧ୍ଯ ମୁର୍ତ୍ତି ମିଳିବା ଆଶାରେ ପୋଲିସକୁ ସହଯୋଗ କରିଛନ୍ତି।ଗାଁ ଲୋକେ ମିଳିମିଶି ଅଭିଯୁକ୍ତଙ୍କ ବୟାନ ଆଧାରରେ ମନ୍ଦିର ପାଖ ପୋଖରିରୁ ଦଳ ସଫା କରିବା ସହ ପାଣି ସୁଖାଇବାରେ ସହାୟତା କରିଛନ୍ତି। ହେଲେ ମୁର୍ତ୍ତିର କୌଣସି ସନ୍ଧାନ ମିଳିପାରି ନାହିଁ।

ଅଭିଯୁକ୍ତମାନେ କେତେବେଳେ ମୁର୍ତ୍ତିକୁ ପୋଖରୀରେ ଫିଙ୍ଗି ଥିବା କଥା କହୁଛନ୍ତି ତ ଆଉ କେତେବେଳେ ବୁଦା ମୂଳରେ ଲୁଚାଇଥିବା କହି ପୋଲିସକୁ ଭୁଆଁ ବୁଲାଇବାରେ ଲାଗିଛନ୍ତି। ସେପଟେ ମୁର୍ତ୍ତୀ ନମିଳିବା କାରଣରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବଢ଼ିବା ସହ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଉଟିକେ କଠୋର ହେଲେ ହୁଏତ ସେମାନେ ସତ କହିପାରନ୍ତି ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।