ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀ, ସାଂସଦ, ଅଧିକାରୀଙ୍କ ବିଦେଶ ଗସ୍ତର ଶ୍ବେତପତ୍ର ଜାରି ହେଉ: ବିଜେପି

ଭୁବନେଶ୍ୱର : ଶାସକ ବିଜେଡିର ମନ୍ତ୍ରୀ, ସାଂସଦମାନେ ପୁଞ୍ଜିନିବେଶ ଆଳରେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି। ଓଡ଼ିଶାର ଗରିବଙ୍କ ଟିକସ ଟଙ୍କାରେ ବିଜେଡିର ନେତାମାନେ ଇଟାଲୀ, ଜାପାନ, ଇଜ୍ରାଇଲ୍, ୟୁକେ, ୟୁଏସ୍‌ଏ ଯାଉଛନ୍ତି। ଗତକାଲି ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆଇଟି ଟିମ୍‌ରେ କ୍ରୀଡା ସଚିବ, ୫-ଟି ସଚିବ ପୁଞ୍ଜି ଆଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ଯାଇଛନ୍ତି। ଏପରିକି ଗତ ଦୁଇରୁ ତିନି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟିମ୍ କୃଷି ଓ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ବାରମ୍ବାର ବିଦେଶ ଗସ୍ତ କରିଚାଲିଛନ୍ତି। ଏହି ଟିମ୍‌ ବିଳାସପୂର୍ଣ୍ଣ ହୋଟେଲରେ ରହି ପୁଞ୍ଜିନିବେଶ ନେଇ ଆଲୋଚନା କରୁଛନ୍ତି, ସେଥିରୁ ଓଡ଼ିଶା କେତେ ଲାଭାନ୍ୱିତ ହୋଇଛି ରାଜ୍ୟ ସରକାର ତାହାର ଉତ୍ତର ରଖନ୍ତୁ ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ବିଦେଶ ଗସ୍ତରେ ଯାଉଥିବା ଟିମ୍ ଓଡ଼ିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜିନିବେଶର ଗପ ଶୁଣାଉଛନ୍ତି। ବାସ୍ତବରେ ଟଙ୍କାଟିଏ ବି ବିଦେଶ ପୁଞ୍ଜି ଓଡ଼ିଶାକୁ ଆସିନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ବୁଲାଇନେବା ସହ ବିଳାସପୂର୍ଣ୍ଣ ହୋଟେଲରେ ମଜା ମଜଲିସ୍ କରାଉଛନ୍ତି। ଅଫିସରମାନଙ୍କୁ ଖୁସି କରାଇବା ପାଇଁ ବାରମ୍ବାର ରାଜ୍ୟ ସରକାର ବିଦେଶ ଗସ୍ତର ଆୟୋଜନ କରୁଛନ୍ତି। ହେଲେ ଓଡ଼ିଶାକୁ କିଛି ସୁଫଳ ମିଳୁନି। ତେଣୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? କେତେ ପୁଞ୍ଜି ନିବେଶ ହୋଇଛି? କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।