ଦେଶ ବିଦେଶ

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନଇଁଲା ଗୁଗୁଲ୍‌: ହଟିଥିବା ସବୁ ଆପ୍ ପ୍ଲେ ଷ୍ଟୋର୍‌କୁ ଫେରିବ

ନୂଆଦିଲ୍ଲୀ: ଫି’କୁ ନେଇ ପ୍ଲେ ଷ୍ଟୋର୍‌ରୁ କିଛି ଲୋକପ୍ରିୟ ଆପ୍‌କୁ ହଟାଇଥିବା ଗୁଗୁଲ୍‌ର ଅଧିକାରୀମାନଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଲୋଚନା କରିବା ପରେ ସବୁ ଆପ୍‌କୁ ପ୍ଲେ ଷ୍ଟୋର୍‌କୁ ଫେରାଇ ଆଣିବା ଲାଗି କମ୍ପାନି ସହମତ ହୋଇଛି। ତେବେ ଏହା ହେଉଛି ସାମୟିକ ଆଶ୍ବସ୍ତି। ଫି’କୁ ନେଇ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ଅନ୍ତତଃପକ୍ଷେ ଏହି ଆଶ୍ବସ୍ତି ମିଳିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ହସ୍ତକ୍ଷେପ ଯୋଗୁଁ ଡେଭେଲପରମାନେ ଓ ଗୁଗୁଲ୍ ଆଲୋଚନା ଟେବୁଲ୍‌ରେ ଏକତ୍ରୀତ ହୋଇଥିଲେ। ସର୍ଭିସ୍‌ ଫି’ ଆଳରେ ଗୁଗୁଲ୍ ପକ୍ଷରୁ ୧୦ଟି ଲୋକପ୍ରିୟ ଭାରତୀୟ ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇ ଦିଆଯାଇଥିଲା। ଆଜି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ ସହଯୋଗିତାର ଭାବ ନେଇ ଆମେ ସାମୟିକ ଭାବେ ଡେଭେଲପର୍‌ମାନଙ୍କ ଆପ୍‌କୁ ପୁନର୍ବ‌ାର ପ୍ଲେ ଷ୍ଟୋର୍‌ରେ ସାମିଲ କରୁଛୁ।
ଗୁଗୁଲ୍ ଏହାର ବିଜନେସ୍‌ ମଡେଲ୍‌କୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିବଦ୍ଧ ଥିବା କମ୍ପାନି ଜଣାଇଛି। କମ୍ପାନି ଅନ୍ତରୀଣ ଭାବେ ପ୍ରଯୁର୍ଯ୍ୟ ସର୍ଭିସ୍‌ ଫି’ର ଇନ୍‌ଭଏସ୍‌ ପ୍ରସ୍ତୁତ କରିବ, କିନ୍ତୁ ପେମେଣ୍ଟର ସମୟ ସୀମାକୁ ବୃଦ୍ଧି କରିବ। ଗୁଗୁଲ୍‌ର କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ହୋଇଥିବା ମାଟ୍ରିମୋନି ଡଟ୍‌ କମ୍‌ର ସିଇଓ ଏମ୍ ଜାନକୀରମଣ କହିଛନ୍ତି ଯେ ଗୁଗୁଲ୍‌ ଅସୁଲ କରୁଥିବା ୧୧%-୨୬% ଡିଜିଟାଲ୍ ସର୍ଭିସ୍‌ ଆପ୍ ଫି’ ଡିଜିଟାଲ୍ ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ଏକ ବଡ଼ ବୋଝ। ପେମେଣ୍ଟ ମାଧ୍ୟମ ଚୟନ କରିବାରେ ଡେଭେଲପରମାନଙ୍କୁ ଯେଭଳି ବିକଳ୍ପ ମିଳିବ ସେଥିପାଇଁ ଗୁଗୁଲ୍‌ ସହ ମିଳିମିଶି କାମ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ଗତ ଶୁକ୍ରବାର ଗୁଗୁଲ୍ ପକ୍ଷରୁ ଶାଦି ଡଟ୍‌ କମ୍, ନୌକ୍ରି ଡଟ୍‌ କମ୍, ୯୯ ଏକର୍ସ, କୁକୁ ଏଫ୍ଏମ୍‌, ଭାରତ ମାଟ୍ରିମୋନି, ଟ୍ରୁଲି ମ୍ୟାଡ୍‌ଲି, କ୍ବାକ୍ କ୍ବାକ୍, ଅଲ୍ଟ ବାଲାଜୀ, କୋଲ୍ଡ ବ୍ରିଉ ଟେକ୍ ଆଦି ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇ ଦିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ