ଅପରାଧ ରାଜ୍ୟ

ମନ୍ତ୍ରୀଙ୍କ ହତ୍ୟାକୁ ୩ ଦିନ: କ୍ରାଇମବ୍ରାଞ୍ଚ ହାତ ଖାଲି, ଭାଇ ହୋଟେଲରେ ହତ୍ୟା ଯୋଜନା!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା/ ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମଙ୍ଗଳବାର ତିନି ଦିନ ପୂରି ଯାଇଥିଲେ ମଧ୍ୟ ଗୋପାଳ ଦାସ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଘଟଣା ଦିନ ସନ୍ଧ୍ୟାରୁ ଆସି ତଦନ୍ତ ଜାରି ରଖିଥିଲେ ହେଁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲିନାହିଁ। ଆଜି କ୍ରାଇମ ବ୍ରାଞ୍ଚ ଟିମ୍‌ ବ୍ରଜରାଜନଗରରେ ଘଟଣାସ୍ଥଳକୁ ଯାଇ ଦୀର୍ଘ ସମୟ ଧରି ଛାନଭିନ୍‌ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍‌ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ। ଘଟଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା। ଏହି ହୋଟେଲରେ ହିଁ ହତ୍ୟାକାଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି। ସେପଟେ କ୍ରାଇମବ୍ରାଞ୍ଚ୍‌ର ଆଉ ଏକ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇଛନ୍ତି। ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି। ଏଣୁ ଏହି ଚର୍ଚ୍ଚାକୁ ଆଜି ବଳ ମିଳିଛି।

ଗୁଳିକାଣ୍ଡ ଦିନ ସକାଳୁ ଉକ୍ତ ହୋଟେଲକୁ ଗୋପାଳ ଯାଇଥିଲେ ଓ ପରେ ପରେ ହୋଟେଲ ବନ୍ଦ କରି ଦିଆଯାଇଥିଲା। ହୋଟେଲ ମାଲିକ ସତ୍ୟ ଓ ଅନ୍ୟ କର୍ମଚାରୀମାନେ ସମ୍ବଲପୁର ବୁଲିଯାଉଥିବା କହି ସେ ଦିନଠାରୁ ଆଉ ଆସି ନଥିବା ଜଣାପଡ଼ିଛି। ହୋଟେଲ ପାଇଁ ବାବୁଲି ମାଝୀଙ୍କ ଘରକୁ ଗୋପାଳ ମାସିକ ୬ ହଜାର ଟଙ୍କା ଭଡ଼ା ସୂତ୍ରରେ ନେଇଥିଲେ। ସତ୍ୟ ଏଠାରେ ଚଳିତ ମାସ ପହିଲାରୁ ମିଲ୍ସ ଓ ସକାଳେ ଜଳଖିଆ ତିଆରି କରି ବିକ୍ରି କରୁଥିଲେ। ମୁଖ୍ୟ ରୋଷେୟାକୁ ମିଶାଇ ଏଠାରେ ୫ ଜଣ କର୍ମଚାରୀ ଥିଲେ। ୩ ଦିନ ପରେ ମୁଖ୍ୟ ରୋଷେୟା ଚାଲିଯିବାରୁ ହୋଟେଲଟି ମାନ୍ଦା ଅବସ୍ଥାକୁ ଚାଲିଯାଇଥିଲା। ହୋଟେଲ ଚଳାଉଥିବା ଗୋପାଳର ବଡ଼ ଭାଇ ସତ୍ୟ କୌଣସି ଜାଗାରେ କାମ କରି ଅବସର ନେବା ପରେ ଏଠାରେ ଆସି ହୋଟେଲ କରିଥିଲେ। ପ୍ରଥମେ ସେମାନେ କୁଆଁର କମ୍ପ୍ଲେକ୍ସ ନିକଟରେ ଅନ୍ୟ ଜଣଙ୍କ ସହିତ ମିଶି ହୋଟେଲ କରିବାକୁ କଥାବାର୍ତ୍ତା କରିଥିଲେ। କିନ୍ତୁ ସେଥିରେ ସଫଳ ନ ହେବାରୁ ବାବୁଲି ମାଝୀଙ୍କ ଘର ଭଡ଼ା ନେଇଥିଲେ। ଗୋପାଳ ମଝିରେ ମଝିରେ ହୋଟେଲକୁ ଯାଇଥାନ୍ତି। ଘଟଣା ଦିନ ସକାଳ ସାଢ଼େ ୫ଟା ବେଳେ ଦୋକାନରେ ୪ ଜଣ କର୍ମଚାରୀ ଥିଲେ। ସେ ଦିନ ଗୋପାଳ ହୋଟେଲକୁ ସକାଳେ ଯିବା ପରେ ଆଉ ଦୋକାନ ଖୋଲି ନଥିଲା। ନିକଟରେ ମନ୍ତ୍ରୀଙ୍କ ପ୍ରୋଗ୍ରାମ ଥିବାରୁ ଗ୍ରାହକ ଆସିବେନି କହି ଦୋକାନ ବନ୍ଦ କରି ସମ୍ବଲପୁର ସେମାନେ ବୁଲିବାକୁ ଯାଇଥିବା ସେଠାକାର ଲୋକଙ୍କୁ କହିଥିଲେ। ହୋଟେଲଠାରୁ ମନ୍ତ୍ରୀଙ୍କ ସଭାସ୍ଥଳ ମଧ୍ୟରେ ଆହୁରି ଅନେକ ହୋଟେଲ ଖୋଲା ଥିବା ବେଳେ ଏହି ହୋଟେଲ ସେଦିନ ବନ୍ଦ ହେଲା କାହିଁକି? ତାହା ପୁଣି ଗୋପାଳ ଦାସ ହୋଟେଲକୁ ଯିବା ପରେ। ଏଣୁ ଗୋପାଳ ଏଭଳି କାଣ୍ଡ କରିବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ନିଜ ଭାଇ ତଥା ହୋଟେଲ କର୍ମଚାରୀଙ୍କୁ ପଠାଇ ଦେଇଥିବା କୁହାଯାଉଛି। ଏମିତି ବି ହୋଇପାରେ ବଡ଼ ଭାଇ ଏହି ଘଟଣାରେ ସମ୍ପୃକ୍ତ ଥାଇ ପାରନ୍ତି ଯାହାକି ତଦନ୍ତ ସାପେକ୍ଷ।

ଗୋପାଳ ବଡ଼ ଭାଇକୁ ବ୍ରହ୍ମପୁରରୁ ଉଠାଇଆଣିଲା କ୍ରାଇମବ୍ରାଞ୍ଚ
‌ହୋଟେଲ ଘର ମାଲିକ, ମନ୍ତ୍ରୀଙ୍କ ଡ୍ରାଇଭର ଓ ପିଏସ୍‌ଓଙ୍କୁ ଜେରା
ଗୋପାଳଙ୍କ ଗାଁ ଘରେ ଛାନ୍‌ଭିନ୍‌, ପତ୍ନୀଙ୍କୁ ପଚରାଉଚରା

ଗୋପାଳ ଦାସ ୨୦୨୦ ମସିହାରେ ବେଲପାହାଡ଼ରୁ ବଦଳି ହୋଇ ଆସିବା ପରେ ଓରିଏଣ୍ଟ ସବ୍‌ ଏରିଆ କ୍ୱାର୍ଟର୍ସ ନିକଟରେ ଏକ କୋଇଲା ଖଣି କ୍ୱାର୍ଟର୍ସରେ ରହୁଥିଲେ। ସେ ଅନେକ ସମୟରେ ଫାଣ୍ଡି ଭିତରେ ମଧ୍ୟ ରହି ଯାଉଥିଲେ। ଖୁବ କମ ସମୟ ସେ କ୍ୱାର୍ଟର୍ସକୁ ଯାଆନ୍ତି। ତାର ପରିବାର ଆସିଲେ ସେମାନେ ସେଠାରେ ରୁହନ୍ତି ବୋଲି ସେଠାକାର ଲୋକ କହୁଛନ୍ତି। ଗୋପାଳ ଦାସଙ୍କ ଭାଇ ସତ୍ୟ ଏଠାକୁ ଆସିବା ପରେ ସେ ସେଠାରେ ରହୁଥିଲେ। ଆଜି ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ଉକ୍ତ ହୋଟେଲ ନିକଟକୁ ଯାଇ ପଚରାଉଚରା କରିଥିଲେ। ହୋଟେଲ ଭଡ଼ା ଦେଇଥିବା ବାବୁଲିଙ୍କୁ କ୍ରାଇମ ବ୍ରାଞ୍ଚ ନିଭୃତ କୋଠରିରେ ୪୫ ମିନିଟ ଧରି ଜେରା କରିଥିଲା। ତାଙ୍କୁ ୪୫ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାଯାଇଛି। ଘଟଣାର ୫ ଦିନ ପୂର୍ବରୁ ଗୋପାଳ ଦାସଙ୍କ ପୁଅ ଏଠାକୁ ଆସିଥିବା ଓ ଦୋକାନରେ ବସିଥିବା ଗ୍ରାହକମାନେ ଦେଖିଥିବା କହିଛନ୍ତି। କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ବାବୁଲି ମାଝୀଙ୍କୁ ଜେରା କରିବା ପରେ ପରେ ଗୋପାଳ ଦାସର ବଡ଼ ଭାଇକୁ କ୍ରାଇମ ବ୍ରାଞ୍ଚ ବ୍ରହ୍ମପୁରରୁ ଉଠାଇ ନେଇଥିବା ଖବର ମିଳିଛି। ସେହିପରି ଏହି ମାମଲାରେ ନବ ଦାସଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଥିବା ଜଣାଯାଇଛି।

ବ୍ରଜରାଜନଗର ଥାନାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିଥିବା ସୂଚନା ମିଳିଛି। ଏଡିଜି ଶ୍ରୀ ବୋଥ୍ରାଙ୍କ ସମେତ କ୍ରାଇମ ବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ନବ ଦାସ ହତ୍ୟା ମାମଲାରେ ତାଙ୍କ ଡ୍ରାଇଭରଙ୍କୁ ୩୦ରୁ ଅଧିକ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କୁ ୩୫ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ଏଥିରେ ମୁଖ୍ୟତଃ ନବ ଦାସ ଆସିବା ପୂର୍ବରୁ କାହାକୁ ସୂଚନା ଦିଆଯାଇଥିଲା, ଗୁଳିଚାଳନା ସମୟରେ ତାକୁ ପ୍ରତିରୋଧ କରିବାରେ କାହିଁକି ବିଫଳ ହେଲେ ଏନେଇ ବିଭିନ୍ନ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ମନ୍ତ୍ରୀ ସେଦିନ ଯାଇଥିବା ଦୁଇଟି କାରକୁ ମଧ୍ୟ ଯାଞ୍ଚ କରାଯାଇଛି। ବଡ଼ମାଲ ଥାନା ପରିସରରେ ଥିବା ଏହି ଦୁଇ କାରକୁ କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ତନ୍ନତନ୍ନ କରି ଯାଞ୍ଚ କରିଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ଯାଞ୍ଚ ପ୍ରକ୍ରିୟା ଅଧାରେ ରହିଥିବା ସୂଚନା ମିଳିଛି।

ଆମ ବ୍ରହ୍ମପୁର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଏସ୍‌ଆଇ ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ ଓ ପୁଅ-ଝିଅ ଶିଳ୍ପାଞ୍ଚଳ ପଞ୍ଚଶୀଳମାର୍ଗ ଘରେ ରୁହନ୍ତି। ଗୁଳିମାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣା ପରେ ତାଙ୍କର ପୁଅ-ଝିଅଙ୍କୁ ଧରି ଜୟନ୍ତୀ ଜ‌ଳେଶ୍ବରଖଣ୍ଡିସ୍ଥିତ ପୈତୃକ ଘରକୁ ଚାଲି ଯାଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ୍‌ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍‌ ଆଜି ସେଠାରେ ପହଞ୍ଚି ଗୋପାଳଙ୍କ ପରିବାରବର୍ଗ ଓ ପତ୍ନୀ ଜୟନ୍ତୀଙ୍କୁ ପଚରାଉଚରା କରିଥିଲେ। ଅପରାହ୍ନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କ ଘରୁ ବାହାରିଥିଲେ। ହେଲେ, କିଛି ସମୟ ପରେ ପୁଣି ଫେରିବା ସହିତ ଦୀର୍ଘ ସମୟ ଧରି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ସଂଧ୍ୟାରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣ ଅଧିକାରୀ ଗୋପାଳଙ୍କ ବଡ଼ଭାଇ ସତ୍ୟନାରାୟଣ ଦାସଙ୍କୁ ଜେରାପାଇଁ ସାଙ୍ଗରେ ନେଇ ଯାଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଜଳେଶ୍ବରଖଣ୍ଡି ସ୍ଥିତ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଅଛନ୍ତି। ହସ୍ତଗତ ସୂଚନା ଅନୁସାରେ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ଚିକିତ୍ସା ସମ୍ପର୍କିତ କାଗଜପତ୍ର ଓ ରିପୋର୍ଟ ଯାଞ୍ଚ୍‌ କରିଥିଲେ। କେବେଠାରୁ ସେ ମାନସିକ ରୋଗୀ ଭାବେ କେଉଁ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି, ତାଙ୍କର କ’ଣ ସମସ୍ୟା ରହିଥିଲା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ତାଙ୍କର କୌଣସି ପ୍ରକାର ମତାନ୍ତର ଥିଲା କି, ଏହିସବୁ ଦିଗ ଉପ‌ରେ ତଦନ୍ତକାରୀ ଦଳ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌ରେ, ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ନହେବା ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଡିଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।