ରାଜନୀତି ରାଜ୍ୟ

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିବାଦ

ଭୁବନେଶ୍ବର : ଆଇଆର୍‌ଟିଏସ୍ ସେବାରୁ ଅବସର ନେଇଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେବା ପରେ ଏହାକୁ ନେଇ ବିବାଦ ଘନେଇଛି। ରାଜ୍ୟ ସରକାର ବିନା ବିଜ୍ଞାପନରେ କିପରି ମନୋଜ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଲେ ତାହାର ଜବାବ ମାଗିଛି ବିଜେପି। ଏହି ପ୍ରସଙ୍ଗରେ ବିଜେଡି ବି ଉତ୍ତର ରଖିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ଦଳର ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ କହିଛନ୍ତି ଯେ, ଶ୍ରୀ ମିଶ୍ର ଭାରତୀୟ ରେଲୱେ ଟ୍ରାଫିକ୍ ସେବାରୁ ଇଚ୍ଛାକୃତ ଅବସର ନେବା ପରଦିନ ତାଙ୍କୁ ରାଜ୍ୟ ସରକାର ବେଆଇନ ଓ ଇଚ୍ଛାଧୀନ ଭାବେ ପ୍ରମୁଖ ସଚିବ ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଛନ୍ତି। ଯାହା ଭାରତୀୟ ପ୍ରଶାସନିକ ଇତିହାସରେ ବିରଳ ଅଟେ। ଶ୍ରୀ ମିଶ୍ରଙ୍କୁ ଶାସନ ସଚିବ ପଦବିରେ ଅଳଙ୍କୃତ କରି ରାଜ୍ୟ ସରକାର ସମ୍ବିଧାନର ଧାରା ୧୪ ଓ ୧୬କୁ ବିରୋଧ କରିବା ସହ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।
Ads by

ବିନା ବିଜ୍ଞପ୍ତିରେ କିପରି ଚୁକ୍ତିଭିତ୍ତିକ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଲେ: ବିଜେପି
ନିଯୁକ୍ତିକୁ ନେଇ ବିଜେପି କାହିଁକି ଏତେ ଭୟଭୀତ ହେଉଛି: ବିଜେଡି

ଓଡ଼ିଶା ଆଇଏଏସ୍ କ୍ୟାଡରରେ ୯ଟି ପ୍ରମୁଖ ଶାସନ ସଚିବ ପଦବି ରହିଛି। ପ୍ରଶାସନର ଆବଶ୍ୟକତାକୁ ନେଇ ରାଜ୍ୟ ସରକାର ଚାହିଁଲେ ଆଉ ୯ଟି ଏକ୍ସ-କ୍ୟାଡର ପଦବିରେ ଏଭଳି ନିଯୁକ୍ତି ଦେଇପାରିବେ। କିନ୍ତୁ ଓଡ଼ିଶାରେ ଏସବୁ କ୍ୟାଡର ଓ ଏକ୍ସ କ୍ୟାଡର ପଦବି ପୂରଣ ହୋଇସାରିଥିବାବେଳେ କୌଣସି ପଦବି ଖାଲି ନଥାଇ କିପରି ଶ୍ରୀ ମିଶ୍ରଙ୍କୁ ପ୍ରମୁଖ ସଚିବ ପଦବିରେ ନିଯୁକ୍ତି ଦିଆଗଲା? ଓଡ଼ିଶା ଗଭର୍ଣ୍ଣମେଣ୍ଟ ରୁଲ୍ସ ଅଫ୍‌ ବିଜିନେସ୍ ଅନୁସାରେ ଜଣେ ଶାସନ ସଚିବ ବିଭିନ୍ନ ଷ୍ଟାଚ୍ୟୁଟାରି ଦାୟିତ୍ୱ ନିର୍ବାହ କରିଥାନ୍ତି। ଏପରିକି ବିଭିନ୍ନ ଆର୍ଥିକ କ୍ଷମତାର ଅଧିକାରୀ ହୋଇଥାନ୍ତି। ଜଣେ ଚୁକ୍ତିଭିତ୍ତିକ ଶାସନ ସଚିବ ଏଭଳି କ୍ଷମତାର ଅଧିକାରୀ ହୋଇ କିଭଳି ନିରପେକ୍ଷତା ଅବଲମ୍ବନ କରିବେ? ଅପରପକ୍ଷେ ଶ୍ରୀ ମିଶ୍ର ଆଇଟି କିମ୍ବା ଇଲେକ୍ଟ୍ରୋନିକ୍ସର ବିଶେଷଜ୍ଞ ନୁହନ୍ତି। ତାଙ୍କୁ ଏଭଳି ବେଆଇନ ନିଯୁକ୍ତି ଦେବାରେ କି ରାଜନୈତିକ ଉଦ୍ଦେଶ୍ୟ ରହିଛି? ରାଜ୍ୟ ସରକାର ଓଡ଼ିଶାର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅମଲାତନ୍ତ୍ରୀ ସୃଷ୍ଟି କରିବା ସହ ଭବିଷ୍ୟତରେ ଉଚ୍ଚ ପଦପଦବି କିଣାବିକା ହେବାର ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ଏହାସହ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀ ମିଶ୍ର ସାମାଜିକ ଗଣମାଧ୍ୟମରେ ଏପରିକି ତାଙ୍କ ନିଜ ବ୍ୟକ୍ତିଗତ ହ୍ୱାଟ୍ସଆପ୍‌ରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅହଙ୍କାରୀ ଦର୍ଶାଇଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ସଦାଚାରୀ ଦର୍ଶାଇ ଫଟୋକୁ ପ୍ରସାରଣ କରୁଛନ୍ତି। ଯଦି ମନୋଜ ବାବୁଙ୍କର ରାଜନୀତିରେ ଏତେ ରୁଚି ଅଛି ତାହାଲେ ସେ ନିଜେ ବିଜେଡିରେ ସାମିଲ୍ ହୋଇଯାଆନ୍ତୁ।

ବିଜେପି ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, ମନୋଜ ମିଶ୍ର ଆଇଟି ସଚିବ ଭାବେ କାମ କରିବା ସମୟରେ ବହୁ ଶୀର୍ଷ ସ୍ତରର ଆଇଟି କମ୍ପାନି ଓଡ଼ିଶାକୁ ଆସିଛନ୍ତି ଏବଂ ସେମାନଙ୍କର ଶାଖା ଖୋଲିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ହେଲେ ଏଭଳି ଜଣେ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ବିଜେପି କେବେ ପ୍ରଶଂସା କରିନାହିଁ। ତାଙ୍କ ଭଲ କାମକୁ ସ୍ୱୀକୃତି ଦେଇ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଥିବାବେଳେ ବିଜେପି କାହିଁକି ଏତେ ପ୍ରତିକ୍ରିୟାଶୀଳ ହୋଇପଡୁଛି? ଏହି ନିଯୁକ୍ତିକୁ ନେଇ ବିଜେପି କାହିଁକି ଏତେ ଭୟଭୀତ ହେଉଛି? ରାଜ୍ୟରେ ଶତାଧିକ ଅଧିକାରୀ କାମ କରୁଛନ୍ତି। ଏପରି ସମୟରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ କାହିଁକି ଟାର୍ଗେଟ କରାଯାଉଛି? କେନ୍ଦ୍ର ସରକାର ଏଭଳି ଅନେକ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବିଭାଗରେ ନିଯୁକ୍ତି ହେଉଛି। ସେ ସମ୍ପର୍କରେ ବିଜେଡି ତ କେବେ ପ୍ରଶ୍ନ ଉଠାଇନି। ଏହାକୁ ନେଇ ବିଜେଡି କେବେ ବିରୋଧରେ କି ସପକ୍ଷରେ ମନ୍ତବ୍ୟ ଦେଇ ନାହିଁ। ଏହା ଏକ ପ୍ରଶାସନିକ ବ୍ୟାପାର। ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିବା ଉଚିତ ନୁହେଁ। ଏହାକୁ ନେଇ ବିଜେପି ରାଜନୀତି ନକରୁ, ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର