ରାଜ୍ୟ ସ୍ପେଶାଲ ରିପୋର୍ଟ

ମନେ ପଡ଼ିଲା ସହର ଉପକଣ୍ଠ ଗାଁ ସମସ୍ୟା! ଲୋକଙ୍କ ସହ କଥା ହେଲେ ପ୍ରଶାସନିକ ଅଧିକାରୀ

ରାଉରକେଲା: ବର୍ଷ ବର୍ଷ ଧରି ବିଜୁଳି ଆଲୁଅ, ଭଲ ରାସ୍ତା ଦେଖି ନଥିବା ସହର ଉପକଣ୍ଠ ବସ୍ତି ଓ ଗାଁ କଥା ମନେପକାଇଲେ ପ୍ରଶାସନିକ ଅଧିକାରୀ। ବସ୍ତିବାସିନ୍ଦା ଦାବି ଓ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼ିଛି। ସହର ଉପକଣ୍ଠ ଗାଁଗୁଡ଼ିକର ଭଲ ମନ୍ଦ କଥା ବୁଝିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଆର୍‌ଏସ୍‌ପି, ବିଜୁଳି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କମାନେ ପୂର୍ବାହ୍ନ ପ୍ରାୟ ୧୧ଟାରେ ରେଙ୍ଗାଡି, ଝାରମୁଣ୍ଡା ଓ କାଟେ ବସ୍ତିରେ ପହଞ୍ଚିଥିଲେ। ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ଓ ଯୁବକମାନଙ୍କୁ ଗାଁର ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରିଥିଲେ।

ବର୍ଷ ବର୍ଷ ଧରି ଡିବିରି ଆଲୁଅରେ ଜୀବନ ଅତିବାହିତ କରୁଥିବା ବସ୍ତିର କିଛି ପରିବାର ବିଦ୍ୟୁତ୍‌ ସଂଯୋଗ କରିବାକୁ ଗୁହାରି ଜଣାଇଥିଲେ। ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ବସ୍ତିବାସିନ୍ଦା ମୌଳିକ ସୁବିଧାରେ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ। ବାରମ୍ବାର ଦାବି ସତ୍ବେ ଏସବୁ ଗାଁକୁ କାହିଁକି ପଞ୍ଚାୟତରେ ସାମିଲ କରାଯାଉ ନାହିଁ ବୋଲି ଲୋକମାନେ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ସେମାନେ କହିଥିଲେ, ଗତ ଜୁନ୍‌ରେ ଟାଙ୍ଗରପାଲି ସମରାବସ୍ତି ଓ ଫର୍ଟିଲାଇଜର ଗଞ୍ଜୁ ମାର୍କେଟରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ସମରା ବସ୍ତିରେ ଅନୁଷ୍ଠିତ ଜନଶୁଣାଣୀରେ ତୁରୀବସ୍ତି, ଝାରନମୁଣ୍ଡା, ରେଙ୍ଗାଡ଼ି, ସାନ ସୁନାପର୍ବତ, ମୁଣ୍ଡା ବସ୍ତି, ବାଗାନ ବସ୍ତିର ପ୍ରାୟ ୩୦୦ରୁ ଅଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ନିରୀକ୍ଷକ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାୟ ସମସ୍ତ ବସ୍ତିବାସିନ୍ଦା ସେମାନଙ୍କୁ ପଞ୍ଚାୟତରେ ସାମିଲ କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ସେମାନେ ଆହୁରି ମଧ୍ୟ କହିଥିଲେ, ୧୯୫୪ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ସମୟରେ ବିସ୍ଥାପିତ ପରିବାରଙ୍କୁ ବାଙ୍କିଆ, ତୁମକେଲା, ‌ହମିରପୁର, ଲୁଆକେରା, ଟାଙ୍ଗରପାଲି, ରେଙ୍ଗାଡ଼ି, ସୋନାପର୍ବତ ଓ ଝାରମୁଣ୍ଡାରେ ଥଇଥାନ କରାଯାଇଥିଲା। ସେବଠୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଞ୍ଚାୟତରେ ସାମିଲ କରା ଯାଉ ନ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ‌ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏସବୁ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଆଲୋକୀକରଣ ଓ ରାସ୍ତାଘାଟରେ ବିପର୍ଯ୍ୟସ୍ତ ହୋଇ ପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୨୧ରେ ତତ୍କାଳୀନ ଜିଲ୍ଲାପାଳ ୮ ଗ୍ରାମ ପଞ୍ଚାୟତରେ ସାମିଲ କରିବାକୁ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।