ମନୋରଞ୍ଜନ

ମନେପଡ଼ନ୍ତି ରାଜ କୁମାର

ବ୍ରିଟିଶ୍ ଇଣ୍ଡିଆ ଅନ୍ତର୍ଗତ ବେଲୁଚିସ୍ତାନର ଲୋରାଲାଇଠାରେ ୧୯୨୬ ଅକ୍ଟୋବର ୮ ତାରିଖରେ ଜନ୍ମ ହେଇଥିଲେ କୁଲଭୂଷଣ ପଣ୍ଡିତ। ଏଇ ପରିଚୟରେ ପ୍ରାୟ ତିରିଶ ବର୍ଷ ବିତିଯାଇଥିଲା। ମୁମ୍ବାଇ ପୁଲିସରେ ସେ ସବ୍‌ଇନ୍ସପେକ୍ଟର ଭାବେ ୧୯୪୯ରୁ ୧୯୫୫ ପର୍ଯ୍ୟନ୍ତ ଚାକିରି କରିଥିଲେ। ଆଙ୍ଗଲୋ ଇଣ୍ଡିଆନ୍ ଝିଅ ତଥା ଏୟାର ହୋଷ୍ଟେସ୍ ଜେନିଫରଙ୍କ ସହ ତାଙ୍କର ବିବାହ ହେଇଥିଲା। ମାତ୍ର ପୁଲିସ ପୋଷାକ ଓ ଲାଠି ଛାଡ଼ି ମୁହଁରେ ରଙ୍ଗମାଖି କ୍ୟାମେରା ସାମନାକୁ ଆସିବା ପରେ ତାଙ୍କ ନାମ ବଦଳି ଯାଇଥିଲା। ସିନେ ଦର୍ଶକଙ୍କ ନଜରରେ ରାଜ୍ କରିଥିବା ଏଇ ଅଭିନେତାଙ୍କ ନାଁ ଥିଲା ରାଜ କୁମାର। ଏପରିକି ନିଜ ପତ୍ନୀଙ୍କ ନାମ ବଦଳି ଯାଇଥିଲା, ଜେନିଫରଙ୍କ ନାଁ ହେଲା ଗାୟତ୍ରୀ।

୧୯୫୨ରେ ‘ରଙ୍ଗିଲୀ’ ଚଳଚ୍ଚିତ୍ରରୁ ଆରମ୍ଭ ହେଇଥିବା ରାଜ କୁମାରଙ୍କ ଅଭିନୟ ଯାତ୍ରା ଚାରି ଦଶନ୍ଧି ଧରି ଚାଲିଥିଲା। ମନୋଜ କୁମାର ଓ ଦିଲୀପ କୁମାର ସିନା ଚରିତ୍ରାଭିନୟରେ ରହୁଥିଲେ, ହେଲେ ରାଜ କୁମାର ଥିଲେ ଅଲ୍‌ରାଉଣ୍ଡର। ହାଇଟ୍, ଫିଗର୍, ଆକ୍ସନ୍, ଡାଇଲଗ୍ ଏସବୁରେ ସମ୍ଭବତଃ ଅନ୍ୟ କାହାକୁ ତାଙ୍କ ସହ ତୁଳନା କରିହେବନାହିଁ। ୧୯୯୬ ଜୁଲାଇ ୩ ତାରିଖରେ ଏଇ ଲୋକପ୍ରିୟ ଅଭିନେତା ଚିରଦିନ ପାଇଁ ଆଖି ବୁଜିଥିଲେ।

ମଦର ଇଣ୍ଡିଆ, ଜେଲର, ଦିଲ୍ ଅପନା ଓୗର ପ୍ରୀତ ପରାଇ, ପୈଗାମ୍, ଅର୍ଦ୍ଧାଙ୍ଗିନୀ, ଉଜାଲା, ଘରାନା, ଗୋଦାନ, ଫୁଲ ବନେ ଅଙ୍ଗାର, ପ୍ୟାର କା ବନ୍ଧନ, ପାକିଜା, ଲାଲ ପଥର, ହମରାଜ, ରୋଶନୀ, ନୀଲକମଲ, ହୀର ରାଞ୍ଝା, କୁଦରତ, ସୌଦାଗର, ହିନ୍ଦୁସ୍ତାନ କୀ କସମ; ଏମିତି ଷାଠିଏରୁ ଅଧିକ ଚର୍ଚ୍ଚିତ ସିନେମାର ପ୍ରମୁଖ ଚରିତ୍ର ସାଜିଥିଲେ ରାଜ କୁମାର। ଏହା ପୂର୍ବରୁ କର୍ମଯୋଗୀ, ଚମ୍ବଲ କୀ କସମ, ତିରଂଗା, ଧର୍ମକଣ୍ଟା, ଜବାବ ଆଦି ମଧ୍ୟ ତାଙ୍କ ଅଭିନୟ ଚମତ୍କାର ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ