ଧର୍ମ

ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ ଏହି ଗଛ : ଘରେ ଲଗାଇଲେ ହୋଇଯିବେ ମାଲାମାଲ

ଭୁବନେଶ୍ୱର ୦୩/୦୯ : ଧନ ସମ୍ପତ୍ତି ଅର୍ଜନ କରିବା, ଭଲରେ ସୁଖ ଶାନ୍ତିରେ ରହିବା ସମସ୍ତଙ୍କର ସ୍ବପ୍ନ | ଧନ ଅର୍ଜନ କରିବାକୁ ଲୋକେ ପରିଶ୍ରମ କରନ୍ତି | କିଛି ଲୋକେ ଏଥିପାଇଁ ଧାର୍ମିକ ଅନୁଷ୍ଠାନ, ବାସ୍ତୁ ଓ ଜ୍ୟୋତିଷଶାସ୍ତ୍ରର ମଧ୍ୟ ଅନେକ ଉପାୟ କରିଥାନ୍ତି | ଧନ ଅର୍ଜନ ପାଇଁ ଅଧିକାଂଶ ଲୋକେ ଘରେ ମନିପ୍ଲାଣ୍ଟ ଲଗାଇଥାନ୍ତି | କିନ୍ତୁ ଏମିତି ଏକ ଗଛ ଅଛି ଯାହା ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ | ଏହି ଗଛ ସମ୍ବନ୍ଧରେ ବହୁତ କମ ଲୋକ ଜାଣିଛନ୍ତି | ଏହାକୁ କ୍ରାସୁଲା ଗଛ ବୋଲି କୁହାଯାଏ |

ଫେଙ୍ଗଶୁଇରେ କ୍ରାସୁଲା ଗଛର ଅନେକ ମହତ୍ୱ ରହିଛି | ଏହାକୁ ମନି ଟ୍ରି ମଧ୍ୟ କୁହାଯାଏ | ଏହି ଗଛ ଚୁମ୍ବକ ଭଳି ଧନ ନିଜ ଆଡକୁ ଟାଣିଥାଏ ବୋଲି କୁହାଯାଏ | ଏହା ଏକ ଛୋଟ ମଖମଲି ଗଛ | ଏହାର ରଙ୍ଗ ଗଭୀର ସବୁଜ | ଏହାର ପତ୍ର ଚଉଡା |

କ୍ରାସୁଲା ଲଗାଇବା ବହୁତ ସରଳ | ଏହାକୁ ଆପଣ କୁଣ୍ଡ କିମ୍ବା ତଳେ ଜମିରେ ମଧ୍ୟ ଲଗାଇପାରିବେ | ଏହାପରେ ଗଛ ମନକୁ ମନ ବଢ଼ିବାରେ ଲାଗିଥାଏ | ଏହାକୁ ଯେକୌଣସି ଋତୁରେ ଲଗାଇପାରିବେ |

କ୍ରାସୁଲା ଗଛ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ ଏବଂ ଚୁମ୍ବକ ଭଳି ନିଜ ଆଡକୁ ଧନ ଟାଣିଥାଏ ବୋଲି କୁହାଯାଏ | କ୍ରାସୁଲାକୁ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ଲଗାଯିବ ଉଚିତ | ମୁଖ୍ୟ ଦ୍ୱାରରେ ଡାହାଣ ପଟେ ଲଗାଇଲେ ଏହା ଅଧିକ ପ୍ରଭାବ ପକାଇଥାଏ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ